Forest dept vehicle
ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଥରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ଥିବା ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଖେଳି ଯାଇଛି।
Advertisment
ଡମ୍ପିୟାର୍ଡ କର୍ମଚାରୀମାନେ କଲରାପତରିଆ ଦେଖିଥିବା କହିଛନ୍ତି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ ।
ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖାଯାଇଥିଲା । ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।
Advertisment
ଏବେ ପୁଣି ଥରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ବନ ଅଧିକାରୀଙ୍କ ସୂଚନା ମିଳି ପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
