Advertisment

ମିଳିଲା ମହାବଳ ଓ କଲରାପତରିଆ ବାଘର ପଦ ଚିହ୍ନ

ବାଘ ଗଣନା ପାଇଁ କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜରେ ୧୦୨ଟି ବିଟ୍‌ ଅଞ୍ଚଳରେ ୧୦୨ଟି ଟିମ୍‌ ନିୟୋଜିତ ହୋଇଥିଲା। ବାଘଙ୍କ ଗତିବିଧି ଜାଣିବା ପାଇଁ ମୁଖ୍ୟତଃ ଅଟେଇ, କଳାପାଟ, ଚମକପୁର ଓ ଜଙ୍ଘିରା ଅଞ୍ଚଳରେ ୯୮ଟି ଟ୍ରାପ୍‌ କ୍ୟାମେରା ଖଞ୍ଜା ଯାଇଥିଲା।

Tiger

Tiger

Advertisment

କେନ୍ଦୁଝର ବନଖଣ୍ଡରୁ ଆସିଲା ଭଲ ଖବର। ମିଳିଲା ମହାବଳ ଓ କଲରାପତରିଆ ବାଘର ପଦ ଚିହ୍ନ। ଗୋଟିଏ ଲେଖାଏଁ ବାଘ ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାପ୍‌ କ୍ୟାମେରା ଓ ପାଦ ଚିହ୍ନରୁ ସ୍ପଷ୍ଟ ହୋଇଛି। ତେବେ ଜାନୁଆରୀ ମାସରେ ଆସିଥିବାକୁ ଥିବା ରିପୋର୍ଟରେ ବାଘ ସଂଖ୍ୟା ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

Advertisment

ବାଘ ଗଣନା ପାଇଁ କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜରେ ୧୦୨ଟି ବିଟ୍‌ ଅଞ୍ଚଳରେ ୧୦୨ଟି ଟିମ୍‌ ନିୟୋଜିତ ହୋଇଥିଲା। ବାଘଙ୍କ ଗତିବିଧି ଜାଣିବା ପାଇଁ ମୁଖ୍ୟତଃ ଅଟେଇ, କଳାପାଟ, ଚମକପୁର ଓ ଜଙ୍ଘିରା ଅଞ୍ଚଳରେ ୯୮ଟି ଟ୍ରାପ୍‌ କ୍ୟାମେରା ଖଞ୍ଜା ଯାଇଥିଲା। ଗଣନାରେ ଜିଲ୍ଲାର ସମସ୍ତ ସ୍କ୍ୱାର୍ଡ, ଗାର୍ଡ ଓ ଫରେଷ୍ଟର୍ ସାମିଲ୍‌ ହୋଇଥିଲେ। କେମିତି ବାଘ ପାଦ ଚିହ୍ନକୁ ଚିହ୍ନଟ କରାଯାଇପାରିବ, ତାହା ଉପରେ ଡେମୋ ଦେଖାଇଥିଲେ ଡିଏଫଓ।

ସେପଟେ ବାଘ ଯିବା ଆସିବା କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ୧୮୯୬ଟି ପିଆଇପି(ପଗ୍‌ ମାର୍କ ଇମ୍ପ୍ରେସନ ପ୍ୟାଡ୍‌) ସ୍ଥାପନ କରାଯାଇଥିଲା। ଜଙ୍ଗଲ ଭିତରେ ୬ ମିଟର ଲମ୍ବ ଓ ୩ ମିଟର ଚୌଡାର ସୂକ୍ଷ୍ମ ବାଲିରେ ପିଆଇପି ପ୍ରସ୍ତୁତ କରାଯାଇଥିଲା। ଯାହାଫଳରେ ଏହି ସ୍ଥାନରୁ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାଘର ପାଦଚିହ୍ନ, ମଳ, ମୂତ୍ର, ଲୋମ ଆଦି ସଂଗ୍ରହ କରାଯାଇଥିଲା।

Advertisment

ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘଠାବ ହେବା ପରେ ସେହି ଅଞ୍ଚଳରେ ୪୮ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଆଗାମୀ ଦିନରେ ଆହୁରି ୬୪ଟି କ୍ୟାମେରା ଲଗାଯିବ ବୋଲି ଘଟଗାଁ ରେଞ୍ଜର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦୁଇଟି ବାଘ ଥିବା ଜଣାପଡିଛି। ଟ୍ରାପ୍‌ କ୍ୟାମେରାରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଶେଷ ହେବା ପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ଜିଲ୍ଲାରେ କେତେ ସଂଖ୍ୟାରେ ବାଘ ଅଛନ୍ତି, ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିବ ବୋଲି ବନ ବିଭାଗର ଏସିଏଫ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ, ଫଟୋ ସହ ବିଭିନ୍ନ ପ୍ରଜାତିର ବନ୍ୟ ଜନ୍ତୁ ଥିବା ସାଇନ୍‌ ସର୍ଭେ ଓ କ୍ୟାମେରା ଟ୍ରାପରୁ ଜଣାପଡ଼ିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar Forest Odisha Forest Dept Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe