Advertisment

ମଞ୍ଚା ଉପରେ ବସି ମକା ଫସଲ ଜଗିଥିଲେ ଦମ୍ପତି; ତଳେ ଶୋଇଥିଲା ବାଘ

ବାଘ ଭୟରେ ଗ୍ରାମବାସୀ  ବାହାରକୁ କାମ ଧନ୍ଦା ଯାଇପାରୁ ନାହାନ୍ତି।

mohana

mohana

Advertisment

ମଞ୍ଚା ଉପରେ ବସି ମକା ଫସଲ ଜଗିଥିଲେ ଦମ୍ପତି। ଆଉ ମଞ୍ଚା ତଳେ ଶୋଇଥିଲା ବାଘ। ବାଘକୁ ଦେଖି ଦମ୍ପତି ଚିତ୍କାର କରିବାରୁ ଜଙ୍ଗଲକୁ ଦୌଡ଼ି ପଳାଇଲା ବାଘ। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ମଳାସପଦର୍ ପଂଚାୟତ ଡିମ୍ବିରିପଙ୍କଳ ଗାଁରେ।

Advertisment

ଗତକାଲି ରାତିରେ ଗାଁର ଆସେଲି ଗମାଙ୍ଗ ଟଙ୍କା ନିଜ ପତ୍ନୀଙ୍କ ସହ ମଞ୍ଚା ଉପରେ ବସି ମକା ଫସଲ ଜଗିଥିଲେ। ରାତି ପ୍ରାୟ ୧୧ଟା ସମୟରେ ମଞ୍ଚା ତଳେ ବାଘ ଶୋଇଥିବା ଦମ୍ପତି ଦେଖିଥିଲେ। ଦମ୍ପତି ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ। ପାଟିକରି ଚିତ୍କାର କରିଥିଲେ। ପାଟି ଶୁଣି ଗାଁ ଲୋକେ ଆସିବାରୁ ବାଘ କୁଆଡେ ଚାଲିଯାଇଥିଲା। ମଞ୍ଚା ତଳେ ବାଘର ପାଦ ଚିହ୍ନ ପଡ଼ିଥିଲା।

ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଏହା କଲରା ପତିରିଆ ବାଘ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ବାଘ ଭୟରେ ଗ୍ରାମବାସୀ  ବାହାରକୁ କାମ ଧନ୍ଦା ଯାଇପାରୁ ନାହାନ୍ତି।

Advertisment
Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe