Advertisment

କ୍ୟାମେରାରେ ଧରା ପଡ଼ିଲା ମହାବଳ ବାଘ, ଲୋକେ ଛାନିଆ

ଏହି ବାଘଟି ସୀମାନ୍ତ ଆନ୍ଧ୍ର ପ୍ରଦେଶର ସାରାଳି ଅଞ୍ଚଳରେ ବୁଲୁଥିବାର ଖବର ଆସିଥିଲା। ଉକ୍ତ ବାଘଟି ଏକ ଗାଇକୁ ଝାମ୍ପି ଖାଇଥିବା ଗଜପତି ଜିଲ୍ଲା ଅଁଳାବର ଗାଁର ଲୋକେ କହିଥିଲେ।

Tiger

Tiger

Advertisment

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ ବୁଲୁଛି ବାଘ । ତାହା ପୁଣି କଲରାପତରାଆ ନୁହେଁ, ମହାବଳ ବାଘ। ବନ ବିଭାଗର ଟ୍ରାପ କ୍ୟାମେରାରେ ଆସିଛି ଏହାର ଫଟୋ ।

Advertisment

କିଛି ଦିନ ହେଲା ଏହି ବାଘଟି ସୀମାନ୍ତ ଆନ୍ଧ୍ର ପ୍ରଦେଶର ସାରାଳି ଅଞ୍ଚଳରେ ବୁଲୁଥିବାର ଖବର ଆସିଥିଲା। ଉକ୍ତ ବାଘଟି ଏକ ଗାଇକୁ ଝାମ୍ପି ଖାଇଥିବା ଗଜପତି ଜିଲ୍ଲା ଅଁଳାବର ଗାଁର ଲୋକେ କହିଥିଲେ। 

ବନ ବିଭାଗ କର୍ମଚାରୀ ଆସି ପହଞ୍ଚି ବାଘର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। କିଛି ଦୂରରେ ଗାଈର ମୃତଦେହ ପଡ଼ିଥିଲା। ଗାଈଟିକୁ ବାଘଟି ଅଧା ଖାଇ ଛାଡ଼ି ଦେଇଛି। ଏହା ପରେ ବନ ବିଭାଗ ଟ୍ରାପ୍ କ୍ୟାମେରା ଲଗାଇଥିବା ବେଳେ ସେଥିରେ ମହାବଳ ବାଘର ଫଟୋ ଉଠିଛି।

Advertisment

ଆନ୍ଧ୍ର ସୀମାନ୍ତ ସହିତ ଏହି ଅଞ୍ଚଳରେ ବାଘଟି ବୁଲୁଥିବାରୁ ଲୋକଙ୍କୁ ସତର୍କ କରିଛି ବନ ବିଭାଗ। ରାତିରେ ଘରୁ ନ ବାହାରିବାକୁ, ପଶୁଙ୍କୁ ବାନ୍ଧି ରଖିବାକୁ ପରାମର୍ଶ ଦିଆଯାଇଛି।

ଏନେଇ ଏସିଏଫଓ ଅଶୋକ ବେହେରା କହିଛନ୍ତି, ବନ ବିଭାଗ ପକ୍ଷରୁ ୫ଟି କ୍ୟାମେରା ଲଗା ଯାଇଥିଲା। ଗୋଟିଏ କ୍ୟାମେରାରେ ରାତି ୮ଟାରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳୁଥିଲା। ଉକ୍ତ ବାଘଟି ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲା। ସେହି ବାଘ ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ୩୫ କର୍ମଚାରୀଙ୍କୁ ନେଇ ୫ଟି ଟିମ୍‌ ଗଠନ କରାଯାଇଛି। ଆଖପାଖ ଅଞ୍ଚଳବାସୀଙ୍କୁ ପଦାରେ ନ ବୁଲିବାକୁ ଓ ଗାଇଗୋରୁଙ୍କୁ ହେପାଜତରେ ରଖିବାକୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି।

Gajapati District Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe