Advertisment

ଗଜପତିରେ ବୁଲୁଛି ମହାରାଷ୍ଟ୍ରର ମହାବଳ

ମହାବଳ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଗଠନ ହୋଇଛି ୫ଟି ସ୍ୱତନ୍ତ୍ର ଟିମ୍।

Tiger

Tiger

Advertisment

ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଛି ମହାରାଷ୍ଟ୍ରର ମହାବଳ ବାଘ। ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଏହି ମହାବଳ ବାଘଟି ଆସିଥିବା ଜଣାପଡ଼ିଛି। ୭୫୦ କିଲୋମିଟର ଅତିକ୍ରମ କରି ଭାରତର ପଶ୍ଚିମରେ ଥିବା ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜକୁ ଆସିବା ଦେଖି ଚକିତ ହୋଇଯାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ବାଘର ଷ୍ଟ୍ରାଇପ ବା ଦେହରେ ଥିବା କଳା ପଟି ଦାଗରୁ ଏହା ଜାଣିବାକୁ ପାଇଛି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ।

Advertisment

ବନ୍ୟାପ୍ରାଣୀ ପିସିସିଏଫ୍ ଙ୍କ ସୂଚନା ଅନୁସାରେ, ୨୦୨୧ରେ ଏହି ମହାବଳ ବାଘର ଫଟୋ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା। ଏବେ ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଛି। ସୁରକ୍ଷିତ ବାସସ୍ଥାନ ଓ ସାଥି ସନ୍ଧାନରେ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ମହାବଳ ବାଘଟି ଏତେ ଦୂରକୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଅତିକ୍ରମ କରିବା ଖୁବ୍ ବିରଳ ବୋଲି କୁହାଯାଉଛି।

ବାଟରେ ଏହା ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି। ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ୱିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

କିଛି ଦିନ ତଳେ ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ମହାବଳଟି ବୁଲୁଥିବା ଓ ଗାଈଗୋରୁ ଶିକାର କରୁଥିବା ଜଣାପଡ଼ିବା ପରେ ଆତଙ୍କ ଦେଖାଦେଇଥିଲା। ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପରେ ଏହାର ଚିତ୍ର କଏଦ ହେବା ପରେ ବାଘର ସ୍ଥିତି ସ୍ପଷ୍ଟ ହୋଇଥିଲା। ମହାବଳ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଗଠନ ହୋଇଛି ୫ଟି ସ୍ୱତନ୍ତ୍ର ଟିମ୍।

Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe