Advertisment

ଶିମିଳିପାଳରେ ବାଘ ସୁରକ୍ଷିତ

ବାଘ ଛୁଆ ବେଶ୍ ବେଫିକର୍ ଭାବେ ଜଙ୍ଗଲ ଭିତରେ ଖେଳୁଛି

Similipal

Similipal

Advertisment

ଶିମିଳିପାଳରେ ବାଘ ସୁରକ୍ଷିତ। କିଛି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି। ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି ହେଲେ କୋର୍ ଏରିଆରେ ବାଘ ସୁରକ୍ଷିତ ରହିଛନ୍ତି। ଆଜି ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଏଥିସହ ସେ ଏକ ଛୋଟ ବାଘ ଖେଳୁଥିବା ଭିଡିଓ ବି ସେୟାର୍ କରିଛନ୍ତି।

Advertisment

ବାଘ ଛୁଆଟି ବେଶ୍ ବେଫିକର୍ ଭାବେ ଜଙ୍ଗଲ ଭିତରେ ଖେଳୁଛି। ଶିମିଳିପାଳ ଜଙ୍ଗଲରେ ଗତ କିଛି ଦିନ ଧରି ନିଆଁ ଲାଗିଛି। ବଫର୍ ଏରିଆ ଓ ଗାଁ ପାଖରେ ଜଙ୍ଗଲ ଜଳିଛି। ଏହାକୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ଓ ODRAF ଟିମ୍‌ ଲାଗିଥିବା ସେ ସୂଚନା ଦେଇଛନ୍ତି।

Advertisment
Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe