Advertisment

ଶିମିଳିପାଳ ଅଭୟାରଣ୍ୟରେ ବୁଲିଲା ବାଘୁଣୀ ‘ଯମୁନା’

ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ। ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍‌ ଶିମିଳିପାଳ ପହଞ୍ଚିଥିଲେ। ଆଜି ଶିମିଳିପାଳ କୋର୍‌ ଏରିଆରେ ବାଘକୁ ଛଡ଼ା ଯାଇଛି।

Tiger

Tiger

Advertisment

ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ‘ଯମୁନା’। ଆଜି ଶିମିଳିପାଳ ଅଭୟାରଣ୍ୟ କୋର୍‌ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି। ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ।

Advertisment

ରବିବାର ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ। ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍‌ ଶିମିଳିପାଳ ପହଞ୍ଚିଥିଲେ। ଆଜି ଶିମିଳିପାଳ କୋର୍‌ ଏରିଆରେ ବାଘକୁ ଛଡ଼ା ଯାଇଛି।

ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ। ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ। ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ମହାରାଷ୍ଟ୍ରରୁ ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ।

Advertisment
Similipal National Park Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe