Advertisment

ଝାରଖଣ୍ଡରେ ଜିନତ, କୁଲଡିହାରେ ଯମୁନା

ଯମୁନାର ବୟସ ବହୁତ କମ୍‌। ତା’ର ବୟସ୍‌ ୨ ବର୍ଷରୁ କମ୍‌ ହେବ। ସିଏ ମଧ୍ୟ ତଡବା ଜଙ୍ଗଲରୁ ଆସିଛି। ତଡ଼ବା ଜଙ୍ଗଲରେ ବହୁତ ଖୋଲା ଜାଗା ରହିଛି। ଶିମିଳିପାଳକୁ ଆସିବା ପରେ ସିଏ ନିଜ ପାଇଁ ଅଞ୍ଚଳ ତିଆରି କରୁଛି। ତେଣୁ ଯମୁନା କୁଲଡିହା ପଳାଇ ଯାଇଛନ୍ତି।

author-image
Manoranjan Sial
Yamuna

Yamuna

ଶିମିଳିପାଳ ଅଭୟାରଣ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିଥିଲେ ବାଘୁଣୀ ଜିନତ୍‌ ଓ ଯମୁନା। ହେଲେ ସମାନେ ଏବେ ଶିମିଳିପାଳ ଅଭୟାରଣ୍ୟରେ ନାହିଁନ୍ତି। ଜିନତ୍‌ ଝାରଖଣ୍ଡ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ଯମୁନା କୁଲଡିହା ଅଭୟାରଣ୍ୟକୁ ପଳାଇଛି। ସେମାନେ ଖୁବ୍‌ଶୀଘ୍ର ଫେରିବେ ବୋଲି ଦମ୍ଭୋକ୍ତି ଦେଖାଇଛି ବନ ବିଭାଗ। ତଥାପି ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।

Advertisment

ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିଥିଲା ଜିନତ। ତା’ର ବୟସ୍‌ ୨ ବର୍ଷରୁ ଅଧିକ ହେବ। ଜିନତ କିଛି ଦିନ କ୍ୱାରେଣ୍ଟିନ୍‌ରେ ରହିବା ପରେ ଶିମିଳିପାଳର କୋର ଏରିଆକୁ ଯାଇଥିଲା। କିଛି ଦିନ ଶିମିଳିପାଳ ଅଭାୟରଣ୍ୟରେ ଘୁରି ବୁଲିଥିଲା। ଶିକାର କରି ଖାଇଥିଲା। ପରବର୍ତ୍ତୀ ସମୟରେ ନିଜ ପାଇଁ ସ୍ୱତନ୍ତ୍ର ଅଞ୍ଚଳ ତିଆରି କରିବାକୁ ଜିନତ୍‌ ଶିମିଳିପାଳ ଅଭୟାରଣ୍ୟ ଛାଡ଼ିଥିଲା। ସିଏ ଏକ ଜାତୀୟ ରାଜପଥ ଅତିକ୍ରମ କରି ଝାରଖଣ୍ଡ ଜଙ୍ଗଲକୁ ପଳାଇ ଯାଇଥିଲା। ଏବେ ସେ ସେଠାରେ ଘୁରି ବୁଲୁଛି। ଶିକାର କରି ଖାଇଛି। ଉପବାସରେ ନଥିବ। ବାଘୁଣୀର ପ୍ରକୃତି ହେଉଛି, ଥରେ ପେଟ ପୂରା ଖାଇଲେ ସପ୍ତାହେ ପର୍ଯ୍ୟନ୍ତ ଭୋକ ଲାଗେନାହିଁ। ବର୍ତ୍ତମାନ ତା’ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ବନ୍ୟପାଣି ପିସିସିଏଫ୍‌ ପ୍ରେମ କୁମାର ଝା କହିଛନ୍ତି।

ଠିକ୍‌ ସେମିତି ଯମୁନାର ବୟସ ବହୁତ କମ୍‌। ତା’ର ବୟସ୍‌ ୨ ବର୍ଷରୁ କମ୍‌ ହେବ। ସିଏ ମଧ୍ୟ ତଡବା ଜଙ୍ଗଲରୁ ଆସିଛି। ତଡ଼ବା ଜଙ୍ଗଲରେ ବହୁତ ଖୋଲା ଜାଗା ରହିଛି। ଶିମିଳିପାଳକୁ ଆସିବା ପରେ ସିଏ ନିଜ ପାଇଁ ଅଞ୍ଚଳ ତିଆରି କରୁଛି। ତେଣୁ ଯମୁନା କୁଲଡିହା ପଳାଇ ଯାଇଛନ୍ତି। ସେମାନେ ପୁଣି ଫେରି ଆସିବେ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ଏଥିରେ କିଛି ଅସୁବିଧା ନାହିଁ ବୋଲି ବନ୍ୟପାଣି ପିସିସିଏଫ୍‌ ପ୍ରେମ କୁମାର ଝା କହିଛନ୍ତି।

Advertisment
Similipal National Park Baripada