Advertisment

ଶିମିଳିପାଳରେ ରହିଲାନି, ଚାଲିଚାଲି ପଳାଇଲା ଜାମସେଦପୁର

ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଆସିଥିଲା ବାଘୁଣୀ ‘ଜିନ୍ନତ’। କିଛି ଦିନ କ୍ୱାରେଣ୍ଟିନ୍‌ରେ ରହିବା ପରେ ଶିମିଳିପାଳ କୋର ଏରିଆ ଭିତରକୁ ଯାଇଥିଲା। ଆଉ ତା’ର ଗତିବିଧି ଉପରେ କଡ଼ା ନଜର ରଖିଥିଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ।

Baripada

Baripada

Advertisment

ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ରହିବା ପରେ ଝାଡ଼ଖଣ୍ଡ ପଳାଇଛି ବାଘୁଣୀ ‘ଜିନ୍ନତ’। ସିଏ ଏବେ ଜାମସେଦପୁର ରେଞ୍ଜରେ ଘୁରି ବୁଲୁଛି। ବୋଧହୁଏ ନୂଆ ସାଥୀ ଖୋଜୁଛି। ତେଣୁ ସେଠାରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି। ଶିମିଳିପାଳ ଅଭୟାରଣ୍ୟରୁ ବାଘୁଣୀ ‘ଜିନ୍ନତ’ ଆସିଥିବା ନେଇ ଲୋକଙ୍କୁ ସଚେତନତା କରାଯାଉଛି।

Advertisment

ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଆସିଥିଲା ବାଘୁଣୀ ‘ଜିନ୍ନତ’। କିଛି ଦିନ କ୍ୱାରେଣ୍ଟିନ୍‌ରେ ରହିବା ପରେ ଶିମିଳିପାଳ କୋର ଏରିଆ ଭିତରକୁ ଯାଇଥିଲା। ଆଉ ତା’ର ଗତିବିଧି ଉପରେ କଡ଼ା ନଜର ରଖିଥିଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଚର୍ଚ୍ଚା ହେଉଛି କୋର ଏରିଆକୁ ଗଲା ପରେ ‘ଜିନ୍ନତ’ ମନଇଚ୍ଛା ଶିକାର କରିଥିଲା। ହେଲେ ବେଶୀ ଦିନ ରହିନଥିଲା।

ପରବର୍ତ୍ତୀ ସମୟରେ ବାହାରକୁ ଆସିଥିଲା ‘ଜିନ୍ନତ’। ଅଭାରଣ୍ୟର ମଧ୍ୟରେ କିଛି ଦିନ ନିଜ ପାଇଁ ସାଥୀଟିଏ ଖୋଜିଥିଲା। ବୋଧହୁଏ ମନ ପସନ୍ଦର ସାଥୀଟିଏ ପାଇଲା ନାହିଁ। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ‘ଜିନ୍ନତ’। ଆଉ ଅତି ଚତୁରତାର ସହ ଅଭୟାରଣ୍ୟ ସଂଲଗ୍ନ ଝାରଖଣ୍ଡ ଜଙ୍ଗଲକୁ ପଳାଇଗଲା। ଗତ ରବିବାର ସେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଝାରଖଣ୍ଡର ଜାମ୍‌ସେଦପୁର ଜଙ୍ଗଲକୁ ପଳାଇ ଯାଇଛି। ଏବେ ସେ ସେଠାରେ ଘୂରି ବୁଲୁଛି। ‘ଜିନ୍ନତ’ ଝାରଖଣ୍ଡ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ପାଇଛି।

Advertisment

ଆଜି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ଆର୍‌ସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନି ଏନେଇ ଝାରଖଣ୍ଡ ବନ ବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଜିନ୍ନତ ଗଳାରେ କଲରଆଡି ଲଗା ଯାଇଛି। ତେଣୁ ତା'ର ଗତିବିଧି ଉପରେ ବନ ବିଭାଗର ୩ଟି ଟିମ୍‌ ନଜର ରଖିଛି। ବର୍ତ୍ତମାନ ତାକୁ ଫେରାଇ ଆଣିବାକୁ କୌଣସି ଯୋଜନା ନଥିବା କହିଛନ୍ତି ପ୍ରକାଶ ଚାନ୍ଦ ଗୋଗିନେନି।

ଅନ୍ୟପକ୍ଷରେ ‘ଜିନ୍ନତ’ ଝାରଖଣ୍ଡ ଜଙ୍ଗଲରେ ରହିଥିବା ନେଇ ସେଠାକାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଝାରଖଣ୍ଡର ବିଭିନ୍ନ ଗାଁରେ ଡ଼ାକବାଜି ଯନ୍ତ୍ରରେ ଲୋକଙ୍କୁ ବାଘ ଆସିଥିବା ନେଇ ମଧ୍ୟ ସଚେତନ କରାଯାଇଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Similipal National Park Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe