Advertisment

ଶିମିଳିପାଳରୁ ଯାଇ ଝାରଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନତ’

ବାଘୁଣୀକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିବା ବେଳେ ସେ ଏବେ ଯାଇ ଝାରଖଣ୍ଡ ଜଙ୍ଗଲରେ ପହଞ୍ଚିଛି। ଝାରଖଣ୍ଡ ଯାଇ ଏକ ସ୍ୱତନ୍ତ୍ର ଟିମ୍ ‘ଜିନତ’ ଉପରେ ନଜର ରଖିଛନ୍ତି।

author-image
Debadatta Aryashrestha
undefined

Tigress Zeenat

ଶିମିଳିପାଳର ବାଘୁଣୀ ‘ଜିନତ’ଏବେ ଯାଇ ଝାରଖଣ୍ଡ ଜଙ୍ଗଲରେ ବୁଲୁଛି। ଏନେଇ ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି। ଅନ୍ୟପଟେ ଝାରଖଣ୍ଡ ଯାଇ ଏକ ସ୍ୱତନ୍ତ୍ର ଟିମ୍ ‘ଜିନତ’ ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି। ଗତ ନଭେମ୍ବରରେ ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା।

Advertisment

ଗତ ୨୫ ନଭେମ୍ବରରେ ବାଘୁଣୀ ‘ଜିନତ’କୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା। ବାଘୁଣୀକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିବା ବେଳେ ସେ ଏବେ ଯାଇ ଝାରଖଣ୍ଡ ଜଙ୍ଗଲରେ ପହଞ୍ଚିଥିବା ସ୍ପଷ୍ଟ କରିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦେଶକ ତଥା ବାରିପଦା ଆରସିସିଏଫ୍। ସେ କହିଛନ୍ତି ଯେ ଜିନତ ନୂଆ କରି ଶିମିଳିପାଳ ଆସିଥିବାରୁ ବିଭିନ୍ନ ଆଡେ ବୁଲାବୁଲି କରୁଛି। ନିଜ ପାଇଁ ସେ ନୂଆ ଇଲାକା ବନାଇବାକୁ ଚେଷ୍ଟା କରିବ। ସେଥିପାଇଁ ସେ ନୂଆ ସ୍ଥାନ ଖୋଜିବାକୁ ଏଣେତେଣେ ବୁଲୁଛି ବୋଲି ଆରସିସିଏଫ୍ କହିଛନ୍ତି। ତେବେ ଓଡ଼ିଶାର ଏକ ସ୍ୱତନ୍ତ୍ର ଟିମ୍ ଝାରଖଣ୍ଡରେ ରହି ବାଘୁଣୀ ଉପରେ ନଜର ରଖିଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ 'ଜିନତ୍'କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ  ତାକୁ ଏନକ୍ଲୋଜରରେ ଛଡ଼ା ଯାଇଥିଲା। ୨୫ ତାରିଖରେ ବାଘୁଣୀକୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା।

Advertisment
Similipal Tiger Reserve Tigress Zeenat Similipal Tiger Spotted In Jharkhand