ଗତ ୨ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେଉଥିବା ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀର ଆଜି ହେଉଛି ଉଦଯାପନୀ ଦିବସ। ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍। ଆଜି ବି ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି।
ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିବସରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ ହୋଇଛି। ସୁରକ୍ଷା ଏବଂ ପୁଲିସ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
ଗତ ୨ଦିନ ଧରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଆତଙ୍କବାଦ ଓ ନକ୍ସଲ ପ୍ରସଙ୍ଗରେ ହୋଇଛି ମାନସ ମନ୍ଥନ। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଂଜଗୁଡ଼ିକର କିପରି କରିବେ ସାମନା ? ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ନକ୍ସଲ ସମସ୍ୟାରୁ ନେଇ ନାର୍କୋଟିକ୍ସ, ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା, ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଜି ବିଚାର ବିମର୍ଶ ହେବ ବୋଲି ଜଣାଯାଇଛି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦିଦି ଚଳାଇଛନ୍ତି ଆଳୁ ଖେଳ; ପଶ୍ଚିମବଙ୍ଗରେ ପଚୁଛି, ଓଡ଼ିଶାକୁ ଛାଡ଼ୁ ନାହାନ୍ତି
ଶୀତଳଭଣ୍ଡାରରୁ ଗତ ୩୦ ତାରିଖ ମଧ୍ୟରେ ଆଳୁ କାଢିବାର ଥିଲା । ମାତ୍ର ଅନ୍ୟ ରାଜ୍ୟକୁ ଆଳୁ ଯାଉନଥିବାରୁ ତାହା କଢ଼ା ହୋଇ ପାରୁ ନ ଥିବା ବେଳେ ନଷ୍ଟ ହେବାର ଆଶଙ୍କା ରହିଛି । ଏଣୁ ଅବଶିଷ୍ଟ ଆଳୁ କ’ଣ ହେବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି ।
Miscellaneous
ଅନିଶ୍ଚିତତାରେ ମହାନଦୀର ଭାଗ୍ୟ: ୭ ମାସ ବିତିଲାଣି, ଟ୍ରିବ୍ୟୁନାଲ ଅଚଳ, ଶୁଣାଣି ଠପ୍
ଆନ୍ତରାଜ୍ୟ ନଦୀ ଜଳବିବାଦ ଆଇନ-୧୯୫୬ ଆଧାରରେ କେନ୍ଦ୍ର ସରକାର ଗଢ଼ିଥିବା ‘ମହାନଦୀ ଟ୍ରିବ୍ୟୁନାଲ’ ଏବେ ଏକପ୍ରକାର ଅଚଳ ହୋଇପଡ଼ିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ.ଖାନୱାଲିକର ଗତ ମାର୍ଚ୍ଚ ୧୨ତାରିଖରୁ ଇସ୍ତଫା ଦେଇସାରିଛନ୍ତି।
Miscellaneous
ଜାଣିପାରିଲେନି ବାପା-ମାଆ! ଘରେ ଛୁଆ ଜନ୍ମ କଲେ ଦଶମ ଶ୍ରେଣୀ ଛାତ୍ରୀ
ବାପା-ମାଆଙ୍କ ଏ ପ୍ରଶ୍ନରେ ଚୁପ୍ ରହିଥିଲେ ସୀମା। ଜବାବ ଦେବା ପାଇଁ ତାଙ୍କ ପାଖରେ ବୋଧହୁଏ ଶବ୍ଦ ନଥିଲା। ବହୁ ପଚରାଉଚରା ପରେ ଶୁଷ୍କ କଣ୍ଠରେ ନିଜ ପ୍ରେମିକଙ୍କ ନାଁ କହିଥିଲେ। ତେବେ ପ୍ରଶ୍ନ ଉଠୁଛି ଛୁଆ ରହିବ କେଉଁଠି?
Miscellaneous
ଭୁବନେଶ୍ୱର ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ; ତନାଘନା ଜାରି
ବିମାନବନ୍ଦରରେ ମୃତୟନ ହୋଇଥିବା ସିଆଇଏସଏଫ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି।
Miscellaneous
ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ; ଫୋକସ୍ରେ ରହିବ ଆଭ୍ୟନ୍ତରୀଣ ସୁରକ୍ଷା
ରାଜ୍ୟ ରାଜଧାନୀରେ ଚାଲିଛି ପୁଲିସ ମହାନିର୍ଦ୍ଦେଶକଙ୍କ ମହାମେଳି। ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।