Advertisment

ଡିଜିପି ସମ୍ମିଳନୀର ଆଜି ଶେଷ ଦିନ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ମାନସ ମନ୍ଥନ

ଗତ ୨ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେଉଥିବା ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀର ଆଜି ହେଉଛି ଉଦଯାପନୀ ଦିବସ।  ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍।

Meeting

Meeting

Advertisment

ଗତ ୨ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେଉଥିବା ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀର ଆଜି ହେଉଛି ଉଦଯାପନୀ ଦିବସ।  ଆଜି ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍। ଆଜି ବି ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିବସରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ ହୋଇଛି। ସୁରକ୍ଷା ଏବଂ ପୁଲିସ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

ଗତ ୨ଦିନ ଧରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଆତଙ୍କବାଦ ଓ ନକ୍ସଲ ପ୍ରସଙ୍ଗରେ ହୋଇଛି ମାନସ ମନ୍ଥନ। ଜାତୀୟ ସୁରକ୍ଷା ପ୍ରତି ରହିଥିବା ଚ୍ୟାଲେଂଜଗୁଡ଼ିକର କିପରି କରିବେ ସାମନା ? ସାଇବର ଅପରାଧ ଉପରେ କେମିତି ଲାଗିବ ଲଗାମ୍ ? ନକ୍ସଲ ସମସ୍ୟାରୁ ନେଇ ନାର୍କୋଟିକ୍ସ, ତଟ୍ଟ ସୁରକ୍ଷାରୁ ନେଇ ଆର୍ଥିକ ସୁରକ୍ଷା, ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଜି ବିଚାର ବିମର୍ଶ ହେବ ବୋଲି ଜଣାଯାଇଛି।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe