Advertisment

ମନେ ପଡ଼ନ୍ତି ଅରିନ୍ଦମ

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା।

author-image
Jitendra Garnayak
Late Arindam Das

Late Arindam Das

ସାହାସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ପ୍ରାଣ ହରାଇଥିଲେ ଅରିନ୍ଦମ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। 

Advertisment

ଆଜି ତାଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରୁଛନ୍ତି। ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ ରହିଛି। ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ ମନେ ପଡ଼େ। ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ ୧୫ ବର୍ଷର କ୍ୟାରିୟରରେ ସବୁ ବିଟ୍‌ରେ ଖବର ସଂଗ୍ରହ କରିବାରେ ସିଦ୍ଧହସ୍ତ ଥିଲେ ଅରିନ୍ଦମ।

ଅରିନ୍ଦମଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏକ ସ୍କଲାରଶିପ୍ ପ୍ରଦାନ କରାଯାଉଛି। ଦୁଇ ଦିନ ତଳେ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଥିଲା ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍।

Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇନିଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ୍ ଟେକ୍ନୋଲୋଜିର ବିଟେକ୍‌ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଳାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ପ୍ରଦାନ କରାଯାଇଛି। ଅମ୍ଳାନଙ୍କ କଲେଜ ଫି’ ସମେତ ବାର୍ଷିକ ସମସ୍ତ ପାଠପଢ଼ା ଖର୍ଚ୍ଚ ପ୍ରଦାନ କରାଯାଇଛି। ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ମଧ୍ୟ ଅମ୍ଳାନ ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଆଗାମୀ ବର୍ଷରେ ଜଣେ ସାମ୍ବାଦିକତା ଛାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

Arindam Das Arindam Das Death Anniversary