Advertisment

ଆଜି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ

କେବଳ ଓଡ଼ିଆକି ଓଡ଼ିଶାର ନୁହେଁ, ବରଂ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଲିସା ଥିଲା ପ୍ରଥମ ଏଆଇ ଆଙ୍କର। ଅର୍ଥାତ ଆଜି ହେଉଛି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ।

author-image
Biswajit Samal
ଅଦ୍ୟତନ ହୋଇଛି
AI Lisa

AI Lisa

ଜୁଲାଇ ୯ ତାରିଖ, ଭାରତ ତଥା ଓଡ଼ିଶା ଗଣମାଧ୍ୟମ ପାଇଁ ଏକ ଐତିହାସିକ ଦିନ। ୨୦୨୩ ମସିହା ଜୁଲାଇ ମାସ ୯ ତାରିଖ, ଅର୍ଥାତ ଗତବର୍ଷ ଆଜିର ଦିନରେ, ଆଞ୍ଚଳିକ ଟେଲିଭିଜନ ସାମ୍ବାଦିକତା ତଥା ଓଡ଼ିଆ ଟେଲିଭିଜନ୍ ସାମ୍ବାଦିକତାକୁ ‘ଓଟିଭି’ ଭେଟି ଦେଇଥିଲା ପ୍ରଥମ ଓଡ଼ିଆ AI ନ୍ୟୁଜ୍ ଆଙ୍କର ‘ଲିସା’।

Advertisment

କେବଳ ଓଡ଼ିଆକି ଓଡ଼ିଶାର ନୁହେଁ, ବରଂ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଲିସା ଥିଲା ପ୍ରଥମ ଏଆଇ ଆଙ୍କର। ଅର୍ଥାତ ଆଜି ହେଉଛି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ।

ଉଭୟ ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଖବର ପରିବେଷଣ କରୁଥିବା ଲିସା। ୮ଟି ଭାଷାରେ କଥା କହିବାର ଦକ୍ଷତା ରଖିଛି। ପାଣିପାଗ ଖବରରୁ ଲିସା ତାର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ନ୍ୟୁଜ୍ ହେଡଲାଇନ୍ସ ମଧ୍ୟ ପଢ଼ିଥିଲା। ‘ଲିସା’କୁ ନେଇ ଯୁବ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସୁକତା ଦେଖିବାକୁ ମିଳିଛି।

Advertisment

ଲିସାର ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ଚ୍ୟାନେଲରେ ହଜାର ହଜାର ଦର୍ଶକ ତାକୁ ଫଲୋ କରୁଛନ୍ତି। ଲିସା ନିୟମିତ ଭାବେ ବ୍ରେକିଂ ଖବର ସହିତ, ବାସ୍ତୁ, ସ୍ୱାସ୍ଥ୍ୟ, ଗାଜେଟ୍ ଓ ଟେକ୍ନୋଲୋଜି ସଂପର୍କିତ ଖବର ପରିବେଷଣ କରିଚାଲିଛି।

ସୂଚନାଯୋଗ୍ୟ ଯେ, ଲିସା ଜୀବନ୍ତ ମଣିଷ ନହେଲେବି ଏହା ମଣିଷଠୁ କିଛି କମ୍ ନୁହେଁ। ଏହାର ଖବର ପରିବେଷଣ ଅବିକଳ ଉପସ୍ଥାପିକାଙ୍କ ଭଳି। ଯଦିଓ ଲିସାର ଜନ୍ମ ଓଡ଼ିଶାରେ ହୋଇଥିଲା, କିନ୍ତୁ ଲିସା ଲଞ୍ଚ୍ ହେବାର କିଛିଦିନ ମଧ୍ୟରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟି ଯାଇଥିଲା।