Bus Stand
ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଆଜି ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ହେବ ଆଲୋଚନା। ଲକ୍ଷ୍ମୀ ବସ୍ ଚଳାଚଳ ଓ ତାକୁ ବିରୋଧ କରି ମାଲିକ ସଂଘ ଯେଉଁ ଦାବି ରଖିଛି, ତାହା ହେଉଛି ବୈଠକର ମୁଖ୍ୟ ପ୍ରସଙ୍ଗ। ଦିନ ୧୧ଟା ବେଳେ ଖାରବେଳ ଭବନରେ ଏହି ମିଟିଂ ହେବାର ଅଛି।
ବ୍ଲକ ହେର୍ଡ କ୍ୱାର୍ଟର୍ସରୁ ଜିଲ୍ଲା ହେଡ କ୍ୱାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ। ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ। ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ ବାହାରି ପାରିନଥିଲା କୌଣସି ନିଷ୍କର୍ସ। ତେଣୁ ଗତ ଶୁକ୍ରବାର ଦିନ ଘରୋଇ ବସ୍ ଚଳାଚଳ ବନ୍ଦ କରିଥିଲେ ମାଲିକମାନେ।
ଶୁକ୍ରବାର ବସ୍ ଚାଲିନଥିଲା। ଦଶହରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହୋଇଥିଲେ। ପରେ ସରକାର ବସ୍ ମାଲିକ ସଂଘ ସହ ଅଲୋଚନା କରିଥିଲେ। ଆଜି ପୁଣି ଅଲୋଚନା ହେବା ପ୍ରତଶ୍ରୁତି ଦେଇଥିଲେ। ପ୍ରତଶ୍ରୁତି ମିଳିଲା ପରେ ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus_Stand_1697639360.jpg)