Advertisment

ଆସନ୍ତାକାଲି ନୌସେନା ଦିବସ; ରଣକୌଶଳ ଦେଖାଇବେ ନୌବୀର

ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, MS-60 ହେଲିକପ୍ଟର ଦେଖାଇବେ ନୌସେନାର ବୀରତ୍ୱ।

ଅଦ୍ୟତନ ହୋଇଛି
Naval Helicopters

Naval Helicopters

Advertisment

ଆସନ୍ତାକାଲି ନୌସେନା ଦିବସ। ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ।

Advertisment

ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ହୋଇଥିଲା ଫୁଲଡ୍ରେସ ରିହରର୍ସାଲ। INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ, INS ଅରିହନ୍ତ, INS ସାତପୁରା ପ୍ରମୁଖ ନେଭି ଡେ ଉତ୍ସବରେ ସାମିଲ ହୋଇ ପରାକ୍ରମ ଦେଖାଇବେ।

ସେହିପରି ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, MS-60 ହେଲିକପ୍ଟର ଦେଖାଇବେ ନୌସେନାର ବୀରତ୍ୱ। ଆସନ୍ତାକାଲି ଅପରାହ୍ଣ ୪ଟା ୦୭ରୁ ୫ଟା ୨୪ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମରକୌଶଳ ପ୍ରଦର୍ଶନ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏହି ଭବ୍ୟ କାର୍ଯ୍ୟକ୍ରମ। ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ଓଡ଼ିଶାରେ ଏଥର ନୌସେନା ଦିବସ ପାଳନ କରାଯାଉଥିବା ସୂଚନା ମିଳିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବି କଡ଼ାକଡ଼ି କରାଯାଇଛି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe