Advertisment

ଜାଲରେ ପଡ଼ିଲେ ପୁଳା ପୁଳା ଇଲିସି; ବୋହିନେଲେ ଲୋକେ

ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି।

author-image
Tapaswini Nayak
Hilsah fish

Hilsah fish

ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ଇଲିସି। ମାଛ ନେବା ପାଇ ଦୀଘା ମାର୍କେଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। କିଏ ଏକ କେଜି ତ ଆଉ କିଏ ୨ କେଜି ଇଲିସି ମାଛ ଘରକୁ ବୋହି ନେଉଛନ୍ତି। ଲଘୁଚାପ ବର୍ଷା ପ୍ରଭାବରେ ପ୍ରଚୁର ଇଲିସି ଜାଲରେ ପଡ଼ିଥିବା ଜଣାଯାଇଛି। 

Advertisment

ଗତ କିଛି ବର୍ଷ ଧରି ଜାଲରେ ଆଶାନୁରୂପ ଇଲିସି ପଡୁ ନ ଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ନିରାଶ ହୋଇଥିଲେ। ଚଳିତ ବର୍ଷାଋତୁ ଆରମ୍ଭରେ ମଧ୍ୟ ସେଭଳି ଇଲିଶସି ଦେଖାଯାଇ ନ ଥିଲେ। କିନ୍ତୁ ଗତ ୨ ଦିନ ଧରି ମତ୍ସ୍ୟଜୀବୀଙ୍କ ମୁହଁରେ ଇଲିସିକୁ ନେଇ ହସ ଫୁଟିଛି।

ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି। ଏକ କିଲୋ ଓଜନର ଇଲିଶି ହଜାରେ ଟଙ୍କାରେ ବିକ୍ରି ହେଉଛି। ବେଳେ ବେଳେ ଦର ଶସ୍ତା ମଧ୍ୟ ରହୁଛି।

Advertisment
Balasore