ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ଇଲିସି। ମାଛ ନେବା ପାଇ ଦୀଘା ମାର୍କେଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। କିଏ ଏକ କେଜି ତ ଆଉ କିଏ ୨ କେଜି ଇଲିସି ମାଛ ଘରକୁ ବୋହି ନେଉଛନ୍ତି। ଲଘୁଚାପ ବର୍ଷା ପ୍ରଭାବରେ ପ୍ରଚୁର ଇଲିସି ଜାଲରେ ପଡ଼ିଥିବା ଜଣାଯାଇଛି।
ଗତ କିଛି ବର୍ଷ ଧରି ଜାଲରେ ଆଶାନୁରୂପ ଇଲିସି ପଡୁ ନ ଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ନିରାଶ ହୋଇଥିଲେ। ଚଳିତ ବର୍ଷାଋତୁ ଆରମ୍ଭରେ ମଧ୍ୟ ସେଭଳି ଇଲିଶସି ଦେଖାଯାଇ ନ ଥିଲେ। କିନ୍ତୁ ଗତ ୨ ଦିନ ଧରି ମତ୍ସ୍ୟଜୀବୀଙ୍କ ମୁହଁରେ ଇଲିସିକୁ ନେଇ ହସ ଫୁଟିଛି।
ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି। ଏକ କିଲୋ ଓଜନର ଇଲିଶି ହଜାରେ ଟଙ୍କାରେ ବିକ୍ରି ହେଉଛି। ବେଳେ ବେଳେ ଦର ଶସ୍ତା ମଧ୍ୟ ରହୁଛି।