/odisha-reporter/media/post_attachments/uploadimage/library/16_9/16_9_0/Similipal_1729222259.jpg)
Similipal
ଶିମିଳିପାଳରେ ରହୁଥିବା ଆଦିମ ଜନଜାତି ସଂପର୍କରେ ଜାଣିପାରିବେ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ। ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ପାଇପାରିବେ ଅନେକ ଜଣାଅଜଣା ସୂଚନା। ଏହି ଉଦ୍ଦେଶ୍ୟରେ ଶିମିଳିପାଳ ଗୁରୁଗୁଡ଼ିଆ ରେଞ୍ଜରେ ଖୋଲାଯାଇଛି ଆଦିବାସୀ ସୂଚନା କେନ୍ଦ୍ର।
ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ। ଏହି ସୂଚନା କେନ୍ଦ୍ର ଦ୍ୱାରା ଆଦିମ ଜନଜାତି ମାନଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ସେମାନଙ୍କର କଳା, ସଂସ୍କୃତି ଓ ପରମ୍ପରା ଆଦି ପ୍ରଦର୍ଶିତ ହୋଇଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ବାହାରୁ ଆସୁଥିବା ପର୍ଯ୍ୟଟକ ଖଡ଼ିଆ, ଲୋଧା, କୋହ୍ଲ, ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ଏହି ସୂଚନା କେନ୍ଦ୍ରରୁ ଜାଣିପାରିବେ। ଶିମିଳିପାଳ ଭିତରେ ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତି ବସବାସ କରୁଛନ୍ତି। ସେମାନଙ୍କ ବୃତ୍ତି କ’ଣ, ସେମାନେ କେମିତି ଚଳନ୍ତି ତାଙ୍କ ବିଷୟରେ ସୂଚନା କେନ୍ଦ୍ରରୁ ପର୍ଯ୍ୟଟକମାନେ ଜାଣିପାରିବେ ଓ ସେମାନଙ୍କ ସହ ଆସୁଥିବା ଛୋଟ ଛୁଆ ମଧ୍ୟ କିଛି ଶିକ୍ଷି ପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
