ଶିମିଳିପାଳରେ ଖୋଲିଲା ସୂଚନା କେନ୍ଦ୍ର; ଜନଜାତିଙ୍କ ବିଷୟରେ ଜାଣିବେ ପର୍ଯ୍ୟଟକ

ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ପାଇପାରିବେ ଅନେକ ଜଣାଅଜଣା ସୂଚନା।

ଜନଜାତି ସଂପର୍କରେ ଜାଣିବା ପାଇଁ ଖୋଲିଲା ସୂଚନା କେନ୍ଦ୍ର

  • Published: Friday, 18 October 2024
  • , Updated: 18 October 2024, 09:01 AM IST

ଶିମିଳିପାଳରେ ରହୁଥିବା ଆଦିମ ଜନଜାତି ସଂପର୍କରେ ଜାଣିପାରିବେ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ। ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ପାଇପାରିବେ ଅନେକ ଜଣାଅଜଣା ସୂଚନା। ଏହି ଉଦ୍ଦେଶ୍ୟରେ ଶିମିଳିପାଳ ଗୁରୁଗୁଡ଼ିଆ ରେଞ୍ଜରେ ଖୋଲାଯାଇଛି ଆଦିବାସୀ ସୂଚନା କେନ୍ଦ୍ର।

ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ। ଏହି ସୂଚନା କେନ୍ଦ୍ର ଦ୍ୱାରା ଆଦିମ ଜନଜାତି ମାନଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ସେମାନଙ୍କର କଳା, ସଂସ୍କୃତି ଓ ପରମ୍ପରା ଆଦି ପ୍ରଦର୍ଶିତ ହୋଇଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ବାହାରୁ ଆସୁଥିବା ପର୍ଯ୍ୟଟକ ଖଡ଼ିଆ, ଲୋଧା, କୋହ୍ଲ, ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ଏହି ସୂଚନା କେନ୍ଦ୍ରରୁ ଜାଣିପାରିବେ। ଶିମିଳିପାଳ ଭିତରେ ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତି ବସବାସ କରୁଛନ୍ତି। ସେମାନଙ୍କ ବୃତ୍ତି କ’ଣ, ସେମାନେ କେମିତି ଚଳନ୍ତି ତାଙ୍କ ବିଷୟରେ ସୂଚନା କେନ୍ଦ୍ରରୁ ପର୍ଯ୍ୟଟକମାନେ ଜାଣିପାରିବେ ଓ ସେମାନଙ୍କ ସହ ଆସୁଥିବା ଛୋଟ ଛୁଆ ମଧ୍ୟ କିଛି ଶିକ୍ଷି ପାରିବେ।

Related story