Advertisment

ଆଜିଠୁ ନନ୍ଦନକାନନରେ ରୋପୱେର ମଜା ନେବେ ପର୍ଯ୍ୟଟକ

ଦୀର୍ଘ ୧୨ ବର୍ଷ ପ୍ରତୀକ୍ଷା ପରେ ଗତକାଲି ଅପରାହ୍ନରେ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍।

author-image
Tapaswini Nayak
Nandankanan

Nandankanan

ଆଜିଠୁ ନନ୍ଦନକାନନ ରୋପୱେରେ ବସି ମଜା ନେବେ ପର୍ଯ୍ୟଟକ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶହ ଶହ ପର୍ଯ୍ୟଟକ ରୋପୱେରେ ବସିବେ। କାଞ୍ଜିଆ ହ୍ରଦ ଉପର ଦେଇ ନନ୍ଦନକାନନରୁ ରାଜ୍ୟ ବଟାନିକାଲ ଗାର୍ଡେନ ପ୍ରାୟ ୬୨୦ ମିଟର ଦୂରତାକୁ ଯୋଡ଼ିଛି ଏହି ରୋପୱେ। ଏହାର ଉଚ୍ଚତା ହେଉଛି ପ୍ରାୟ ୪୦ ମିଟର।

Advertisment

ରୋପୱେରେ ୧୨ଟି କ୍ୟାବିନର ବ୍ୟବସ୍ଥା ରହିଥିବା ବେଳେ ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି। ଏଥିରେ ଘଣ୍ଟାକୁ ପାୟ ୪୦୦ ପର୍ଯ୍ୟଟକ ମଜା ନେଇ ପାରିବେ। ୧୩ରୁ ୧୪ କୋଟି ଟଙ୍କା ବ୍ୟୟରେ ପିପିପି ମୋଡ଼୍ ରେ କୋଲକତାର ଦାମୋଦର ରୋପୱେ ଇନଫ୍ରା ଲିମିଟେଡ଼ ନାମକ ଏକ ସଂସ୍ଥା ଏହି ସେବା ଯୋଗାଇଛି।

ଦୀର୍ଘ ୧୨ ବର୍ଷ ପ୍ରତୀକ୍ଷା ପରେ ଗତକାଲି ଅପରାହ୍ନରେ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍।

Advertisment
Bhubaneswar Nandankanan Zoological Park