ଆଜିଠୁ ନନ୍ଦନକାନନରେ ରୋପୱେର ମଜା ନେବେ ପର୍ଯ୍ୟଟକ

ଦୀର୍ଘ ୧୨ ବର୍ଷ ପ୍ରତୀକ୍ଷା ପରେ ଗତକାଲି ଅପରାହ୍ନରେ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍।

ନନ୍ଦନକାନନ ପ୍ରଣୀ ଉଦ୍ୟାନ।

  • Published: Saturday, 18 November 2023
  • , Updated: 18 November 2023, 07:52 AM IST

ଆଜିଠୁ ନନ୍ଦନକାନନ ରୋପୱେରେ ବସି ମଜା ନେବେ ପର୍ଯ୍ୟଟକ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶହ ଶହ ପର୍ଯ୍ୟଟକ ରୋପୱେରେ ବସିବେ। କାଞ୍ଜିଆ ହ୍ରଦ ଉପର ଦେଇ ନନ୍ଦନକାନନରୁ ରାଜ୍ୟ ବଟାନିକାଲ ଗାର୍ଡେନ ପ୍ରାୟ ୬୨୦ ମିଟର ଦୂରତାକୁ ଯୋଡ଼ିଛି ଏହି ରୋପୱେ। ଏହାର ଉଚ୍ଚତା ହେଉଛି ପ୍ରାୟ ୪୦ ମିଟର।

ରୋପୱେରେ ୧୨ଟି କ୍ୟାବିନର ବ୍ୟବସ୍ଥା ରହିଥିବା ବେଳେ ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି। ଏଥିରେ ଘଣ୍ଟାକୁ ପାୟ ୪୦୦ ପର୍ଯ୍ୟଟକ ମଜା ନେଇ ପାରିବେ। ୧୩ରୁ ୧୪ କୋଟି ଟଙ୍କା ବ୍ୟୟରେ ପିପିପି ମୋଡ଼୍ ରେ କୋଲକତାର ଦାମୋଦର ରୋପୱେ ଇନଫ୍ରା ଲିମିଟେଡ଼ ନାମକ ଏକ ସଂସ୍ଥା ଏହି ସେବା ଯୋଗାଇଛି।

ଦୀର୍ଘ ୧୨ ବର୍ଷ ପ୍ରତୀକ୍ଷା ପରେ ଗତକାଲି ଅପରାହ୍ନରେ ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍।

Related story