Advertisment

ଆଜି ଉଦଘାଟନ୍; କାଲିଠୁ ରୋପ ୱେରେ ମଜା ନେବେ ପର୍ଯ୍ୟଟକ

ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା।

ଅଦ୍ୟତନ ହୋଇଛି
Nandankanan

Nandankanan

Advertisment

ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ। ଆଜି ଅପରାହ୍ନରେ ନୂତନ ରୋପ୍ ୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ ରୋପ ୱେରେ ବସି ପର୍ଯ୍ୟଟକ ମଜା ନେଇପାରିବେ।

Advertisment

ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା। ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି।

ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ। ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ।

Advertisment
Bhubaneswar Nandankanan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe