Advertisment

ମୋଦିଙ୍କ ଗସ୍ତ ପାଇଁ ଲାଗୁ ହେବ ଟ୍ରାଫିକ୍‌ କଟକଣା; ଜାଣନ୍ତୁ, କେଉଁ ରୁଟ୍‌ରେ ଯିବେ?

ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଟ୍ରାଫିକ କଟକଣା ଜାରି କରିଛି ।

ଅଦ୍ୟତନ ହୋଇଛି
Pm Programme

Pm Programme

Advertisment

ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଟ୍ରାଫିକ କଟକଣା ବି ଲାଗୁ କରାଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଟ୍ରାଫିକ କଟକଣା ଜାରି କରିଛି ।

Advertisment

ଆସନ୍ତା କାଲି ପୂର୍ବାହ୍ନ ୧୧ଟା ୩୫ମିନିଟରେ ପ୍ରଧାମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ବେଳେ ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ କାଲି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୩ଟା ମଧ୍ୟରେ ଟ୍ରାଫିକ କଟକଣା ଲାଗୁ ହେବ ।

କମିଶନରେଟ୍ ପୁଲିସ ପକ୍ଷରୁ ଜାରି ଟ୍ରାଫିକ ନିର୍ଦ୍ଦେଶନାମା ଅନୁଯାୟୀ, ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ ବଳବତ୍ତର ରହିବ କଟକଣା । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।

Advertisment

ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନଗୁଡିକ ଡମଣା ଛକରୁ ବାମ ମୋଡ ନେଇ ଗୁରୁ କେଳୁଚରଣ ପାର୍କ- ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ । ନଚେତ ଶିଖରଚଣ୍ଡୀ - ପଥରଗାଡିଆ - ଡିଏନ ସ୍କୁଲ- କଳିଙ୍ଗ ଷ୍ଟୁଡିଓ ଛକ- ଫାୟାର ଷ୍ଟେସନ ଛକ ଦେଇ ଯାଇପାରିବେ। ଜରୁରୀକାଳୀନ ସେବା ଦମକଳ, ଆମ୍ବୁଲାନ୍ସ ପାଇଁ ଏହି କଟକଣା ଲାଗୁ ହେବନାହିଁ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଫୁଲ କାରକେଡ ରିହର୍ସଲ କରାଯିବ । ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇ ଜନତା ମଇଦାନରେ ପହଞ୍ଚିବାକୁ ଥିବା ରାସ୍ତାରେ ବାରିକେଡ କରାଯାଇଛି । ଏଥିସହ ଉକ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାରୁ ଏଥିନିମନ୍ତେ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି ।  

ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିର ଗସ୍ତ ନେଇ ଆସିଲା ବିସ୍ତୃତ ବିବରଣୀ । ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦି। ସେଠାରୁ ସେ ସିଧା ଗାଡ଼କଣ ବସ୍ତି ଯିବେ । ୧୧ଟା ୧୦ରେ ଗାଡ଼କଣ ବସ୍ତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୧୫ରୁ ୧୧ଟା ୪୫ ଯାଏ ଆବାସ ହିତାଧିକାରୀଙ୍କ ସହ କଥା ହେବେ ।

ପୂର୍ବାହ୍ନ ୧୧ଟା ୪୫ରେ ଗାଡ଼କଣ ଛାଡ଼ି ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ । ଜନତା ମଇଦାନରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହି ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ, ଲୋକାର୍ପଣ କରିବେ । ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।

Bhubaneswar PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe