Advertisment

ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ୍‌ ASI

ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି।

author-image
Madhupriya Mistry
Traffic-Challan

Traffic-Challan

ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ୍‌ ଏଏସ୍‌ଆଇ। ସେହିପରି ଜରିମାନା ମଧ୍ୟ ଆଦାୟ କରିପାରିବେନି। ଗାଡ଼ି ଚାଳକଙ୍କ ଠାରୁ ଟ୍ରାଫିକ ASIଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜରିମାନା ଆଦାୟ ନିଷ୍ପତ୍ତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି।

Advertisment

ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ନିୟମ ଉଲ୍ଲଘଂନ ପାଇଁ ଟ୍ରାଫିକ ASI ମାନେ ମଧ୍ୟ ଜରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ। ଗତ ସେପ୍ଟେମ୍ୱର ୧୩ରେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲା ରାଜ୍ୟ ପରିବହନ ପ୍ରାଧିକରଣ- STA।

ତେବେ ଗତକାଲି ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି।

Advertisment
Odisha Traffic ASI