Traffic-Challan
ଆଉ ଚାଲାଣ କାଟି ପାରିବେନି ଟ୍ରାଫିକ୍ ଏଏସ୍ଆଇ। ସେହିପରି ଜରିମାନା ମଧ୍ୟ ଆଦାୟ କରିପାରିବେନି। ଗାଡ଼ି ଚାଳକଙ୍କ ଠାରୁ ଟ୍ରାଫିକ ASIଙ୍କ ଦ୍ୱାରା ଯେଉଁ ଇ-ଚାଲାଣ ଓ ଜରିମାନା ଆଦାୟ ନିଷ୍ପତ୍ତି ହୋଇଥିଲା, ତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତ୍ୟାହାର କରିନେଇଛି।
ପୂର୍ବରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ନିୟମ ଉଲ୍ଲଘଂନ ପାଇଁ ଟ୍ରାଫିକ ASI ମାନେ ମଧ୍ୟ ଜରିମାନା ଆଦାୟ ଓ ଇ-ଚାଲାଣ କାଟିପାରିବେ। ଗତ ସେପ୍ଟେମ୍ୱର ୧୩ରେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲା ରାଜ୍ୟ ପରିବହନ ପ୍ରାଧିକରଣ- STA।
ତେବେ ଗତକାଲି ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓଙ୍କୁ ରାଜ୍ୟପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1700632938.jpg)