Advertisment

ଟ୍ରାଫିକ ପୁଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନକୋଟ

ଗତକାଲି ରାଜଧାନୀର ସମସ୍ତ ଟ୍ରାଫିକ କନେଷ୍ଟବଳଙ୍କୁ ଟ୍ରାଫିକ ଥାନାରେ ନୂଆ ରେନ୍ କୋଟ ବଣ୍ଟା ଯାଇଛି।

ଅଦ୍ୟତନ ହୋଇଛି
Traffic police

Traffic police

Advertisment

ଗେରୁଆ ରଙ୍ଗର ରେନ୍ କୋଟ ପିନ୍ଧିବେ ରାଜଧାନୀର ଟ୍ରାଫିକ ପୁଲିସ। ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ ବ୍ୟବହାର କରିବାକୁ ଗେରୁଆ ରଙ୍ଗର ରେନକୋଟ ପ୍ରଦାନ କରାଯାଇଛି। ଗତକାଲି ରାଜଧାନୀର ସମସ୍ତ ଟ୍ରାଫିକ କନେଷ୍ଟବଳଙ୍କୁ ଟ୍ରାଫିକ ଥାନାରେ ନୂଆ ରେନ୍ କୋଟ ବଣ୍ଟା ଯାଇଛି।

Advertisment

ରାତିରେ ପୁଲିସ କର୍ମଚାରୀଙ୍କ ଉପସ୍ଥିତି ଜଣାପଡ଼ିବା ପାଇଁ ରେନ କୋଟରେ ରେଡିୟମ ଷ୍ଟିକର ଲାଗିଛି। ରାତିରେ ଏହା ଉପରେ ଆଲୋକ ପଡ଼ିଲେ ଉଜ୍ଜଳ ଦେଖାଯିବ। ଫଳରେ ଗାଡ଼ି ଚାଳକ ସହଜରେ ପୁଲିସର ଉପସ୍ଥିତି ଜାଣିପାରିବେ। ଏହି ନୂଆ ରେନ୍ କୋଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

Traffic Police Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe