Advertisment

ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ

କଟକ ମହାନଗର ନିଗମ ତରଫରୁ ପାର୍କିଂ ସ୍ଥଳ ନିର୍ମାଣ ନକରି ଆଇନ୍ ଲାଗୁ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ ବାସିନ୍ଦା।

author-image
Biswajit Samal
ଅଦ୍ୟତନ ହୋଇଛି
Traffic

Traffic

କଟକ ସହରରେ ଟ୍ରାଫିକ୍ ସମସ୍ୟା ପ୍ରଶାସନର ନିଦ ହଜାଇଥିବାବେଳେ ଏଥିରେ ସୁଧାର ଆଣିବାକୁ ଲାଗୁ ହେଲା ନୂଆ ଟ୍ରାଫିକ କଟକଣା। କଟକ ସହରର ପ୍ରମୁଖ ୧୯ ଟି ରୁଟକୁ ନୋ ପାର୍କିଂ ଜୋନ ଘୋଷଣା କରିଛି କମିଶନରେଟ ପୋଲିସ।ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଗାଡିକୁ ଉଠାଇ ନେଉଛି ପୋଲିସ। ଆଇନ ଖିଲାପ କଲେ ୫୦୦ ଟଙ୍କା ଜୋରିମାନା ଓ କ୍ରେନ୍ ବ୍ୟବହାର ବାବଦ ଖର୍ଚ୍ଚ ଗାଡ଼ି ମାଲିକଙ୍କୁ ଦେବାକୁ ପଡ଼ୁଛି। ତେବେ ହଠାତ୍ ଏଭଳି କଠୋର ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଟକ ସହରବାସୀ। କଟକ ମହାନଗର ନିଗମ ତରଫରୁ ପାର୍କିଂ ସ୍ଥଳ ନିର୍ମାଣ ନକରି ଆଇନ୍ ଲାଗୁ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ ବାସିନ୍ଦା।

Advertisment

ଆଗ ପାର୍କିଂ, ସଚେତନତା ଓ ତାପରେ ଜୋରିମାନା ଆଦାୟ କରିବା କଥା। ପାର୍କିଂ ଜୋନ୍ ନକରି ଏଭଳି ନିୟମକୁ ଗ୍ରହଣ କରିପାରୁନାହାନ୍ତି ଲୋକେ। ତେଣେ କଟକ ସହରରେ ସବୁ ଜାଗା ନୁହେଁ ବରଂ ସମସ୍ୟା ଦେଖାଯାଉଥିବା ସ୍ଥାନ ଗୁଡ଼ିକରେ ନୋ ପାର୍କିଂ ଜୋନ୍ କରାଯାଇଥିବାବେଳେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର।

ବିଜୟ କୁମାର ଦାସ, ସିଏମସି କମିଶନର କହିଛନ୍ତି, କଟକର ସବୁ ଯାଗାରେ ପାର୍କିଂ ଜୋନ କରାଯାଇ ନାହିଁ। ଯେଉଁଠି ଟ୍ରାଫିକ୍ ସମସ୍ୟା ହେଉଛି ସେଠି ନୋ ପାର୍କିଂ ଜୋନ ଘୋଷଣା କରାଯାଇଛି। ନୋ ପାର୍କିଂ ଜୋନ ପାଇଁ କାମ ଚାଲିଥିବା ବେଳେ ପାର୍କିଂ ପାଇଁ ସ୍ଥାନ ନିରୁପଣ ଚାଲିଛି। ତେଣୁ ଦୁଇଟା ଯାକ କାମ ଏକା ସାଙ୍ଗରେ ଚାଲିଥିବାରୁ ଏ ସମସ୍ୟାର ସମାଧାନ ପାଇଁ କିଛି ଦିନ ସମୟ ଲାଗିବ।

Advertisment
Traffic Rule