Advertisment

ପୁରୀରେ ଟ୍ରାଫିକ କଟକଣା; ଜାଣନ୍ତୁ, କେଉଁ ରୁଟ୍‌ରେ ଯିବେ

ପୁଲିସର ନିର୍ଦ୍ଦେଶାନାମାକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି।

ଅଦ୍ୟତନ ହୋଇଛି
Traffic Restrictions

Traffic Restrictions

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପୁରୀରେ ଟ୍ରାଫିକ୍‌ କଟକଣା କରାଯାଇଛି। ଏଥିସହ ନୌସେନା ଦିବସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୁଲିସ।

Advertisment

ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ। ଦୁଇ ଚକିଆ ଯାନ ବାଟଗାଁଠାରୁ ବାଇପାସରେ ଆସି ହୋଟେଲ ଷ୍ଟଲିଂ ନିକଟରେ
କରିବେ ପାର୍କିଂ। ସେହିଭଳି କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ। ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲିଁ ନିକଟରେ ପାର୍କିଂ କରିବେ। ପାସଧାରୀମାନେ
ଜେଲ ରୋଡ ଓ ଶରଧାବାଲିରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି। ବ୍ଲୁ ପାସଧାରୀ ହୋଟେଲ ନୀଳାଚଳ ଅଶୋକ, ଏସସିଏସ କଲେଜଠାରେ ପାର୍କିଂ କରିପାରିବେ। ପୁରୀ ପୁଲିସ ପକ୍ଷରୁ ସାଇନେଜ୍ ଗୁଡ଼ିକ ପ୍ରତି ଛକରେ ଲଗାଯାଇଛି।

ପୁଲିସର ନିର୍ଦ୍ଦେଶାନାମାକୁ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ପୁରୀ ଏସପି। ତେଣେ ଆଜି ପାଇଁ ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ ପୌରପାଳିକାରେ ଥିବା ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏଥିସହ ସହର ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ।

Advertisment

ତେବେ NCERT ଦ୍ୱାରା  ପରିଚାଳିତ PARAKH ପରୀକ୍ଷା ହେବ। ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଥିବାରୁ ଏହି ପରୀକ୍ଷାକୁ କରାଯିବ। ପରୀକ୍ଷାର୍ଥୀ ମାନେ ସକାଳ ୭ଟାରୁ ୧୨
ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe