/odisha-reporter/media/post_attachments/uploadimage/library/16_9/16_9_0/IMAGE_1694421330.jpg)
Vande Bharat Express
ରାଜ୍ୟରେ ଚାଲିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ। ଏଥିପାଇଁ ଆଜି ଏହାର ଟ୍ରାଏଲ ରନ୍ ହୋଇଛି। ପୁରୀରୁ ତାଳଚେର ରୋଡ୍ ପର୍ଯ୍ୟନ୍ତ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ।
Advertisment
ସକାଳ ସାଢ଼େ ୯ଟାରେ ପୁରୀରୁ ଏହି ଟ୍ରେନ୍ ଛାଡ଼ିଥିଲା। ଟ୍ରାଏଲ ରନ୍ରେ ଏହା ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ୍ ଲେଖାଏଁ ରହିଥିଲା। ଦିନ ପ୍ରାୟ ୧୨ଟା ୪୦ ମିନିଟ୍ରେ ଏହା ତାଳଚେର ରୋଡ୍ରେ ପହଞ୍ଚିଥିଲା।
ଏହି ବନ୍ଦେ ଭାରତ ଏକସପ୍ରେସ୍ ପୁରୀ ଓ ରାଉରକେଲା ମଧ୍ୟରେ ଚଳାଚଳ କରିବ। ଏହି ମାସ ଶେଷ ସୁଦ୍ଧା ଏହା ପୁରୀ ଓ ରାଉରକେଲା ମଧ୍ୟରେ ଚାଲିପାରେ ବୋଲି କୁହାଯାଉଛି।
Advertisment
ଓଡ଼ିଶାରେ ଏହା ହେବ ଦ୍ୱିତୀୟ ବନ୍ଦେ ଭାରତ ଏକସପ୍ରେସ। ପୁରୀ ଓ ହାଓଡ଼ା ମଧ୍ୟରେ ଚାଲୁଛି ପ୍ରଥମ ବନ୍ଦେ ଭାରତ ଏକସପ୍ରେସ୍। ଗତ ମେ’ ମାସରେ ଏହାର ଶୁଭାରମ୍ଭ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
