Lokaseva Bhawan
ରାଜ୍ୟ ସରକାର ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ପୂର୍ବରୁ ବଦଳି ହୋଇଥିବା ୪ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳିକୁ ବାତିଲ କରିଥିବାବେଳେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଏନଫୋର୍ସମେଂଟ୍ ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ହରିଶ ଚନ୍ଦ୍ର ନାୟକଙ୍କୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦ୍ଦେଶକ(ତଦନ୍ତ) ଭାବେ ବଦଳି ହୋଇଛି । ଶ୍ରୀ ନାୟକ ଏବେ ବିଡିଏ ଏନଫୋର୍ସମେଂଟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବୋର୍ଡ ଅଫ ରେଭନ୍ୟୁ ଅତିରିକ୍ତ ସଚିବ ସନ୍ତୋଷୀ ସାହୁଙ୍କ ବଦଳିକୁ ବାତିଲ କରାଯାଇଛି । ଶ୍ରୀମତୀ ସାହୁଙ୍କ ବଦଳି ଲୋକାୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ(ତଦନ୍ତ) ଭାବେ ହୋଇଥିଲା।
ସେହିପରି ବରିଷ୍ଠ ଓଏଏସ୍ ସରିତା ଧନୱରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀମତୀ ଧନୱର ଏବେ ଓଡ଼ିଶା କୃଷି ଶିଳ୍ପ ନିଗମର ଜେନେରାଲ ମ୍ୟାନେଜର ଅଛନ୍ତି ଓ ତାଙ୍କର ବଦଳି ରାଜ୍ୟ ଯୋଗାଣ ନିଗମ ଜେନେରାଲ ମ୍ୟାନେଜର ଭାବେ ହୋଇଥିଲା । ତାଙ୍କର ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି ।
ଦେବଗଡ଼ ଜିଲ୍ଲା ରିଆମାଳ ତହସିଲଦାର ବିମଳା ବିରୁଳିଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର(ପ୍ରଶାସନ) ଭାବେ ବଦଳି କରାଯାଇଛି । ପୂର୍ବରୁ ଏହି ପଦବୀକୁ ବଦଳି ହୋଇଥିବା ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ବଦଳି ବାତିଲ ହୋଇଛି ।
ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ସୁଚେତା ମହାପାତ୍ରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି । ପୂର୍ବରୁ ଏହି ପଦବୀକୁ ବଦଳି ହୋଇଥିବା ସୁଧାକର ଶବରଙ୍କ ବଦଳିକୁ ବାତିଲ କରାଯାଇଛି । ବରିଷ୍ଠ ଓଏଏସ୍ ସୁଧାକର ଶବର ଏବେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଅଛନ୍ତି । ସେହିପରି ଓଏଏସ୍ କସ୍ତୁରୀବାଳା ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1692496628.jpg)