Advertisment

କିନ୍ନର ମେଣ୍ଟାଉଛନ୍ତି ପଶୁପକ୍ଷୀଙ୍କ ଶୋଷ

ବର୍ଷ ବର୍ଷ ଧରି ସେ ନିଜକୁ ନିୟୋଜିତ କରିଛନ୍ତି ପଶୁପକ୍ଷୀଙ୍କ ସେବାରେ

Dhenkanal

Dhenkanal

Advertisment

ତାତି ବଢିବା ସହ ପାଣି ପାଇଁ ଆଉଟୁପାଉଟୁ ହେଲେଣି ଲୋକେ। ପଶୁପକ୍ଷୀ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ବିଭିନ୍ନ ଜଳାଶୟ ଶୁଖିଲା ପଡ଼ିଥିବାରୁ ପିଇବାକୁ ପାଣି ମିଳୁନି। ଏଭଳି ସ୍ଥିତିରେ ସେମାନଙ୍କୁ ପିଇବା ପାଣି ଓ ଖାଦ୍ୟ ଯୋଗାଇ ଦେଉଛନ୍ତି ଅନୁଗୁଳର ସମାଜସେବୀ ଚିନ୍ମୟୀ ଦାସ। ଜଙ୍ଗଲ ଓ ପାହାଡ଼ ଉପରେ ପକ୍ଷୀ ଓ ଜୀବଜନ୍ତୁଙ୍କ ପାଇଁ କରୁଛନ୍ତି ପିଇବା ପାଣିର ବ୍ୟବସ୍ଥା।

Advertisment

ହାତରେ କିଛି ମାଟି ପାତ୍ର ଓ ପିଇବା ପାଣି ସାଙ୍ଗରେ ଖଣ୍ଡିଏ ସିଡ଼ି। ପ୍ରଚଣ୍ଡ ତାତିରେ ଘଂଚ ଜଙ୍ଗଲ ଓ ପାହାଡ଼ରେ ଘୁରି ବୁଲୁଛନ୍ତି କିନ୍ନର ଚିନ୍ମୟୀ। ଗଛକୁ ଗଛ ଚଢି ପଶୁପକ୍ଷୀଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ପିଇବା ପାଣିର। କେଉଁଠି ଗଛ କୋରଡ଼ରେ କଳସରେ ପାଣି ରଖୁଛନ୍ତି ତ କେଉଁଠି ଶିକାରେ ଝୁଲାଇ ଦେଉଛନ୍ତି। ଖରାରେ ଡହଳ ବିକଳ ହେଉଥିବା ପଶୁପକ୍ଷୀଙ୍କ ପାଟି ଫିଟୁନଥିବାରୁ ସେମାନଙ୍କ ଦରଦ ବୁଝିଛନ୍ତି ଚିନ୍ମୟୀ। କେବଳ ପାଣି ନୁହେଁ ଖାଦ୍ୟ ବି ଦେଉଛନ୍ତି।

ନିହାରିକା ନାୟକ, ଚିନ୍ମୟୀଙ୍କ ସହଯୋଗୀ କହିଛନ୍ତି, ଅନୁଗୁଳ ଜରପଡ଼ାର କିନ୍ନର ଚିନ୍ମୟୀଙ୍କ ଏଭଳି ଉଦ୍ୟମ ନୂଆ ନୁହେଁ। ବର୍ଷ ବର୍ଷ ଧରି ସେ ନିଜକୁ ନିୟୋଜିତ କରିଛନ୍ତି ପଶୁପକ୍ଷୀଙ୍କ ସେବାରେ। ଏଥର ଚିନ୍ମୟୀଙ୍କ ସହ ସାମିଲ ହୋଇଛନ୍ତି ବନ ବିଭାଗ, କିଛି ସଂଗଠନ ଓ ସ୍ଥାନୀୟ ବାସିନ୍ଦା। ପାହାଡ଼ରେ ଜଳାଶୟ ନଥିବାରୁ ଶୋଷିଲା ଜୀବଜନ୍ତୁଙ୍କ ପାଇଁ କରିଛନ୍ତି ଖାଦ୍ୟ ଓ ପାଣିର ବ୍ୟବସ୍ଥା।

Advertisment
Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe