Advertisment

ମେଡିସିନ ୱାର୍ଡ଼ରେ ବିଜୁଳି କାଟ୍‌, ଅକ୍ସିଜେନ ଅଭାବରୁ ରୋଗୀ ଛଟପଟ

ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚାଲିଛି ରୋଗୀର ଚିକିତ୍ସା

ଅଦ୍ୟତନ ହୋଇଛି
bargarh medical

bargarh medical

Advertisment

ଡିଜିଟାଲ ଯୁଗରେ ମଣିଷ ହାତ ପାଆନ୍ତାରେ ପାଉଛି ଅନେକ ବ୍ୟବସ୍ଥା। ମଣିଷ ମଙ୍ଗଳ ଗ୍ରହରୁ ନେଇ ଚନ୍ଦ୍ରରେ ପହଞ୍ଚିବାରେ ସକ୍ଷମ ହେଲାଣି। ହେଲେ ପଶ୍ଚିମ ଓଡିଶାର ରୋଗି ସେବା ଅନ୍ଧାରରେ ଚାଲିଛି। ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚାଲିଛି ରୋଗୀର ଚିକିତ୍ସା।

Advertisment

ସୂଚନା ଅନୁସାରେ ଗାଇସିଲେଟ ବ୍ଲକ କନ୍ଦାଗାଡ଼ ଗାଁର ଦୁର୍ବାସା ବରିହା ବିଷ ପିଇଥିଲେ। ପରିବାର ଲୋକେ ତାଙ୍କୁ ବରଗଡ଼ ଡିଏଚଏଚରେ ଭର୍ତ୍ତି କରିଥିଲେ। ଦୁର୍ବାସା ଗୁରୁତର ଅବସ୍ଥାରେ ଥିବାରୁ ଡାକ୍ତର ଅକ୍ସିଜେନ ଲଗାଇଥିଲେ। ହେଲେ ସୋମବାର ସଧ୍ୟାରେ ହଠାତ ଡାକ୍ତରଖାନାର ବିଦ୍ୟୁତ ଚାଲିଯାଇଥିଲା। ତେବେ ବନ୍ଦ ହୋଇଯାଇଥିଲା ଲାଗିଥିବା ବୈଦ୍ୟୁତିକ ଅକ୍ସିଜେନ ମେସିନ।

ଅକ୍ସିଜେନ ନପାଇ ଦୁର୍ବାସା ଧଇଁସଇଁ ହେବାରୁ ତାଙ୍କ ପୁଅ ରାଜେଶ ବରିହା ଡାକ୍ତରଙ୍କୁ ଡାକିଥିଲେ। ତେବେ ଡ୍ୟୁଟିରେ ଥିବା ନର୍ସମାନେ ଆସିବା ପରେ ବିନା ବିଦ୍ୟୁତରେ ଚାଲୁଥିବା ଅକ୍ସିଜେନ ସିଲିଣ୍ଡର ଆଣି ମୋବାଇଲ ଲାଇଟ ସହାୟତାରେ ଲଗାଇବା ସହ ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ। ଅକ୍ସିଜେନ ଲାଗିବା ପରେ ଦୁର୍ବାସାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱଭାବିକ ହୋଇଥିଲା।

Advertisment

ରୋଗୀଙ୍କର ପୁଅ ରାଜେଶ ଅଭିଯୋଗ କରିଛନ୍ତି ଯେ, ଲାଇନ୍ ପ୍ରାୟ ୧୦ ରୁ ୧୫ ମିନିଟ କଟିଥିଲା। ଏହାରି ଭିତରେ ଅକ୍ସିଜେନ ନପାଇ ବାପା ଧଇଁସଇଁ ହୋଇ ଯାଇଥିଲେ। ମୁଁ ଡାକ୍ତରଙ୍କୁ ଡାକିବାରୁ ମୋବାଇ ଲାଇଟ୍ ଲଗାଇ ଚିକିତ୍ସା କରିଥିଲେ।

ସଂକଳ୍ପ ପରିବାର ସଦସ୍ୟ ବିକାଶ ଅଗ୍ରୱାଲ କହିଛନ୍ତି, ଗୋଟିଏ ପଟେ ମେଡିସିନ ୱାର୍ଡ଼ରେ ଭର୍ତ୍ତି ହୋଥିବା ଗୁରୁତର ରୋଗୀ ବିଦ୍ୟୁତ ଚାଲିଯିବାରୁ ଅକ୍ସିଜେନ ଅଭାବରୁ ଛଟପଟ ହେଉଥିବା ବେଳେ ଅନ୍ଧାରରେ ଚିକିତ୍ସା ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି ରୋଗୀ। ଏଭଳି ଚିତ୍ର ଦିନେ କି ଦୁଇ ଦିନ ନୁହେଁ ବାରମ୍ବାର ସାମ୍ନାକୁ ଆସୁଛି। ହେଲେ ଏହାର ବିକଳ୍ପ ବ୍ୟବସ୍ଥା କିଛି କରାଯାଉନାହିଁ। ଡାକ୍ତରଖାନାରେ ଲାଗିଥିବା ଜେନେରେଟର ଅଟୋମେଟିକ ନୁହେଁ। ଲାଇନ୍ ଗଲେ ତୁରନ୍ତ ଆସି ପାରିବ ନାହିଁ। ଏଠି ବିଦ୍ୟୁତ କାଟ ବାରମ୍ବାର ହୁଏ।

ଏହି ସଂପର୍କରେ ହସ୍ପିଟାଲ ଅଧିକ୍ଷକ ଡାକ୍ତର ଡି.କେ ଦତ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ବିଜୁଳି ସମସ୍ୟାରେ ଏଭଳି ଚିକିତ୍ସା ଚାଲିଥିବା ମୋ ନଜରକୁ ଆସିନି। ଜେନେରେଟର ବ୍ୟବସ୍ଥା ଅଛି ହେଲେ ଚଳାଇବାକୁ ୧ରୁ ୨ ମିନିଟ୍ ସମୟ ଲାଗିଥାଏ। ଆଉ ଲାଇନ୍ ଗଲେ କିଭଳି ଶିଘ୍ର ଆସିବ ସେନେଇ ତୁରନ୍ତ ବ୍ୟବସ୍ଥା କରାଯିବ।

ରିପୋର୍ଟ- ବରଗଡ଼ରୁ ଧର୍ମଦତ୍ତ ପାଢୀ

Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe