Advertisment

ରାମୋଜୀ ରାଓଙ୍କ ପାଇଁ ମୁଣ୍ଡନ ହେଲେ ସାମ୍ବାଦିକ

ସର୍ବାଧିକ ପ୍ରସାରିତ ତେଲଗୁ ଖବରକାଗଜ ଈନାଡୁ, ବହୁଭାଷୀ ଟେଲିଭିଜନ ନେଟୱର୍କ ଈଟିଭି, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ।

author-image
Manoj Swain
Tribute to Ramoji Rao

Tribute to Ramoji Rao

ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ଦିବଂଗତ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ଈଟିଭି କର୍ମଚାରୀ। ରାମୋଜୀ ରାଓଙ୍କ ଦଶାହ ଅବସରରେ ପୂର୍ବତନ କର୍ମଚାରୀମାନେ ଶୁଦ୍ଧିକ୍ରିୟା ଆୟୋଜନ କରିଛନ୍ତି। ଭୁବନେଶ୍ବରର ବିନ୍ଦୁସାଗର କୂଳରେ କେତେକ ପୂର୍ବତନ କର୍ମଚାରୀ ରାମୋଜୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ ହୋଇଥିଲେ। ଏହାପରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ତିଳତର୍ପଣ କରିଥିଲେ।

Advertisment

ଈଟିଭି ଓଡ଼ିଆର ପୂର୍ବତନ କର୍ମଚାରୀ ପ୍ରଭାକର ଦଳାଇ ଏବଂ କ୍ୟାମେରାମ୍ୟାନ ଦୀନଭଞ୍ଜନ ପଣ୍ଡା ବିନ୍ଦୁସାଗର କୂଳରେ ମୁଣ୍ଡନ ଓ ଖିଅର ହୋଇ ରାମୋଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏନେଇ ପ୍ରଭାକର ଦଳାଇ କହିଛନ୍ତି ଯେ, ରାମୋଜୀ ରାଓ ଥିଲେ ଭାରତୀୟ ଗଣମାଧ୍ୟମ ଜଗତର ଜଣେ ଦିଗଦ୍ରଷ୍ଟା। ବିଶେଷ କରି ଖବରକାଗଜ, ଟେଲିଭିଜନ ଏବଂ ଡିଜିଟାଲ ମାଧ୍ୟମରେ ସମ୍ବାଦ ପରିବେଷଣ ସହ ମନୋରଞ୍ଜନ କାର୍ଯ୍ୟକ୍ରମର ସେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ। ତେଣୁ ଜଣେ ମୁରବୀଙ୍କ ବିୟୋଗରେ ସାରା ଦେଶର ଗଣମାଧ୍ୟମ ଶୋକ ପାଳନ କରୁଛି। 

ସର୍ବାଧିକ ପ୍ରସାରିତ ତେଲଗୁ ଖବରକାଗଜ ଈନାଡୁ, ବହୁଭାଷୀ ଟେଲିଭିଜନ ନେଟୱର୍କ ଈଟିଭି, ପୃଥିବୀର ସର୍ବବୃହତ୍ତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ। ମିଡିଆ ଜଗତରେ ଆସନ୍ତା 10 ବର୍ଷ ପରେ କିଭଳି ବିପ୍ଳବ ଆସିବ, ସେନେଇ ଆଗୁଆ ପାଗ ପରଖି ପାରୁଥିବା ଭଳି ବ୍ୟକ୍ତିତ୍ବ ଥିଲେ ରାମୋଜୀ।

Advertisment

ଯେତେବେଳେ ଘରୋଇ ଟିଭି ଚ୍ୟାନେଲର ପରିକଳ୍ପନା କରିବା ଦୂରୁହ ବ୍ୟାପାର ଥିଲା, ସେତେବେଳେ ସେ ଏକାଧିକ ଭାଷା ପାଇଁ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ ଆରମ୍ଭ କରିଥିଲେ। ତାଙ୍କର ଏଭଳି ପଦକ୍ଷେପ ଯୋଗୁଁ ଅନେକ ଆଞ୍ଚଳିକ ଭାଷାର ମନୋରଞ୍ଜନ ଦୁନିଆ ଓ ଚଳଚ୍ଚିତ୍ର ବଜାର ବିକଶିତ ହୋଇଥିଲା। ଦୀର୍ଘ ମାସ ଧରି ଅସୁସ୍ଥତା ପରେ ଗତ ଜୁନ୍ 8 ତାରିଖରେ ରାମୋଜୀଙ୍କର ପରଲୋକ ଘଟିଛି।