Advertisment

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌, ଚଢ଼ିଗଲା କଣ୍ଟେନର

ସୋମବାର ବିଳମ୍ବିତ ରାତିରେ ୧୪୩ ନମ୍ୱର ଜାତୀୟ ରାଜପଥର ତଳସରା ବସ୍ତି ନିକଟରେ ଏକ ମାଲବାହୀ ଟ୍ରକର ପଛ ଚକା ପମ୍ପଚର ହୋଇଥିଲା। ତେଣୁ ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରି ଚକ ବଦଳାଉ ଥିଲେ।

ଅଦ୍ୟତନ ହୋଇଛି
Truck

Truck

Advertisment

ରାସ୍ତା ପାର୍ଶ୍ୱରେ ଟ୍ରକ୍‌ ଛିଡ଼ା କରି ଚକା ବଦଳାଉଥିଲେ ଡ୍ରାଇଭର। ଠିକ୍‌ ସେହି ସମୟରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା କଣ୍ଟେନର, ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଦେଇ ଯାଇଥିବା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ସୋମବାର ବିଳମ୍ବିତ ରାତିରେ ୧୪୩ ନମ୍ୱର ଜାତୀୟ ରାଜପଥର ତଳସରା ବସ୍ତି ନିକଟରେ ଏକ ମାଲବାହୀ ଟ୍ରକର ପଛ ଚକା ପମ୍ପଚର ହୋଇଥିଲା। ତେଣୁ ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରି ଚକ ବଦଳାଉ ଥିଲେ। ଠିକ୍‌ ସେହି ସମୟରେ ଦ୍ରୁତ ଗତିରେ ମାଡି ଆସୁଥିବା ଏକ କଣ୍ଟେନର ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଏନେଇ ବୀରମିତ୍ରପୁର ଥାନାକୁ ଖବର ଦେଇଥିଲେ। ପୁଲିସ୍‌, କୁଆଁରମୁଣ୍ଡା ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ମିଳିତ ଭାବେ ଟ୍ରକ୍ ତଳେ ଚାପି ହୋଇଯାଇଥିବା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଥିଲା। ମୃତ ଟ୍ରକ୍ ଡ୍ରାଇଭର ଜଣକ ହେଉଛନ୍ତି ଝାରଖଣ୍ଡ ରାଜ୍ୟର ସରୱର ଆଲାମ୍‌।

Advertisment

ରିପୋର୍ଟ- ବୀରମିତ୍ରପୁରରୁ ରାକେଶ ସାହୁ

Accident Sundargarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe