Advertisment

ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଆଜିଠୁ ପୁଣି ଥରେ ସମଗ୍ର ଦେଶରେ ଆରମ୍ଭ ହୋଇଛି।

author-image
Niharika Rout
Strike

Strike

ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି ଡ୍ରାଇଭରଙ୍କ ଦେଶବ୍ୟାପୀ ଆନ୍ଦୋଳନ । ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଆଜିଠୁ ପୁଣି ଥରେ ସମଗ୍ର ଦେଶରେ ଆରମ୍ଭ ହୋଇଛି। ଏଥିରେ ଓଡିଶାର ସମସ୍ତ ଡ୍ରାଇଭର ମଧ୍ୟ ସାମିଲ ହେବେ ।

Advertisment

ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ । ଏନେଇ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି।

ଏନେଇ ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ସରକାର ଆଜି ପର୍ଯ୍ୟନ୍ତ ଆମ ଦାବି ଶୁଣୁ ନାହାନ୍ତି, ଭୂଆଁ ବୁଲାଉଛନ୍ତି। କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍‌ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍‌, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି। ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହଁ।

Advertisment

ସେହିପରି ରାଜ୍ୟ ସରକାରଙ୍କ ନିକଟରେ ଗତ ଥର ଆମର ୧୦ଟି ଦାବି ଥିଲା। ସେଥିରୁ ଗୋଟିଏ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଲେ। ହେଲେ ତାହାକୁ ଆଜି ପର୍ଯ୍ୟନ୍ତ ପୂରଣ କରି ପାରି ନାହାନ୍ତି। ତେଣୁ ଆଜିଠୁ ସମଗ୍ର ଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଶାନ୍ତ ମେଣ୍ଡୁଲି ।

 ଏହାବାଦ ଦୁର୍ଘଟଣା ହେଲେ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ନେବାକୁ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପରି ସ୍ଥିତିରେ ଆମେ ଗାଡ଼ିରୁ ଓହ୍ଲାଇଲେ ଲୋକେ ଆମକୁ ପିଟି ମାରିଦେବେ। ସେପରି ସ୍ଥଳରେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ । ଏଥିସହ ଅଧିକାଂଶ ଦୁର୍ଘଟଣା ମଦ ଯୋଗୁ ଘଟୁଥିବାରୁ ସରକାର ମଦ ଦୋକାନ କାହିଁକି ବନ୍ଦ କରୁ ନାହାନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ବ୍ରହ୍ମପୁର ଟ୍ରକ୍‌ ଆସୋସିଏଶନ ସଦସ୍ୟ ।

କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ l ଗତକାଲି ଏନେଇ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର ଡ୍ରାଇଭର ସଂଘଙ୍କର ମିଳିତ ବୈଠକ ହୋଇଥିଲା l

କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ।

ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ଏବେ ଏହି ଆଇନ୍‌ ବିରୋଧରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇବା ସହ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। 

Truck Drivers Strike