ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘର କଡ଼ା ଚେତାବନୀ। ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କର । ନଚେତ୍ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ୱାନକ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।
Also Read
ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି ସୁଫଳ ମିଳିନି। ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ୧୦ ତାରିଖରୁ ସାରା ରାଜ୍ୟରେ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଛୁଟି ନେଇ ମୂଲ ଲାଗିଲେ ଶିକ୍ଷକ
ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେଇଥିଲେ। ଛୁଟି ମଞ୍ଜୁର ହେବା ପରେ ଆଜି ବିଲରେ ମୂଲ ଲାଗିଥିଲେ ଶିକ୍ଷକ ଜଣଙ୍କ।

Miscellaneous
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୮ବର୍ଷରେ ଓଡ଼ିଶାର ୧୭୧୬୬ କୋଟି ଟଙ୍କାର ଆର୍ଥିକ କ୍ଷତି
୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରେ ୨୬୦୦କୋଟି ଟଙ୍କା ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ)ରେ ୧୪୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Miscellaneous
କିଟ୍ରେ କାହିଁକି ବଢ଼ୁଛି ଆତ୍ମହତ୍ୟା ?
ଅନ୍ତର୍ଜାତୀୟ ସ୍ତରରେ କିଟ୍ ଯୋଗୁ ଓଡ଼ିଶା ବଦନାମ ମୁଣ୍ଡାଇଛି। ଏଥିରେ କିଟ କର୍ତ୍ତୃପକ୍ଷ ତାଳି ପକାଇବାକୁ ଲାଗିପଡ଼ିଛନ୍ତି।

Miscellaneous
୪୪ ଓଏଏସ୍ ଅଫିସରଙ୍କ ବଦଳି: ୨୯ ବ୍ଲକରେ ନୂଆ ବିଡ଼ିଓ
ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ।
Miscellaneous
ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର-ପ୍ରାଣୀମିତ୍ରଙ୍କ ପାଇଁ ‘ଲକ୍ଷପତି ଦିଦି ସହାୟିକା’ ଯୋଜନା: ବକେୟା ଦରମା ଦେବେ ସରକାର
କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ନାମକ ଏକ ନୂଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।