Advertisment

ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ

ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।

Hindu

Hindu

Advertisment

ବାଗେଶ୍ୱର ଧାମର ମୁଖ୍ୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ପୁଣି ଆହ୍ୱାନ ଦେଇଛନ୍ତି। ନିକଟରେ ପୁରୀ ଗସ୍ତରେ ଆସି ଧରେନ୍ଦ୍ର ଶାସ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ସମୟରେ ସେ ସାମ୍ବାଦିକମାନଙ୍କୁ ହିନ୍ଦୁ ରାଷ୍ଟ୍ର ଗଠନ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

Advertisment

ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।

ସେ କହିଛନ୍ତି, “ଓଡ଼ିଶା ହେଉଛି ଗୋଟିଏ ଆଧ୍ୟାତ୍ମିକ ରାଜ୍ୟ। ଭଗବାନ ଜଗନ୍ନାଥଙ୍କୁ ପୂଜା କରିବା ପରେ ମୋ ହୃଦୟ ଗଦଗଦ ହୋଇଯାଇଛି। ମହାପ୍ରସାଦ ପାଇ ମୁଁ ଆତ୍ମବିଭୋର। ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଳ କେବଳ ଓଡ଼ିଶାରୁ ବାଜି ପାରେ। ଯେକୌଣସି ପରିସ୍ଥିତିରେ ମଧ୍ୟ ଆମକୁ ଓଡ଼ିଶାର ସମସ୍ତ ହିନ୍ଦୁଙ୍କ ସମର୍ଥନ ଆବଶ୍ୟକ।

Advertisment

ହିନ୍ଦୁ ରାଷ୍ଟ୍ର ନେଇ ଆମେ ଦେଖିଥିବା ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଆମକୁ ପ୍ରତିଟି ଓଡ଼ିଆ ହିନ୍ଦୁଙ୍କ ସମର୍ଥନ ଦରକାର। ଆପଣମାନେ ଆମକୁ ସମର୍ଥନ କରନ୍ତୁ। ଆମେ ଆପଣମାନଙ୍କୁ ଗୋଟିଏ ହିନ୍ଦୁ ରାଷ୍ଟ୍ର ତିଆରି କରି ଦେବୁ। ଆମେ ଏକାଠି ହିନ୍ଦୁ ରାଷ୍ଟ୍ର ଗଠନ କରିବା।”

ଓଡ଼ିଶା ଗସ୍ତରେ ଆସିଥିବା ବାବା ଧୀରେନ୍ଦ୍ର ଶାସ୍ତ୍ରୀ ପୁରୀ ଶ୍ରୀମନ୍ଦିର ଯିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ସହ ମହାପ୍ରସାଦ ସେବନ କରିଛନ୍ତି।

Odisha Puri Puri Shreemandir Bageshwar Baba Bageswhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe