/odisha-reporter/media/post_attachments/uploadimage/library/16_9/16_9_0/IMAGE_1713937728.jpg)
Elephant Death
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତା ହାତୀ। ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୀ ରେଞ୍ଜର ଖେସରା ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟିର ବୟସ ଜଣାପଡ଼ିନାହିଁ।
Advertisment
କିଛିଦିନ ହେଲା ଦନ୍ତା ହାତୀଟି ଅସୁସ୍ଥ ହୋଇ କୋଇଡା ରେଞ୍ଜରେ ଘୁରି ବୁଲୁଥିଲା। ପରେ ବାଙ୍କୀ ରେଞ୍ଜକୁ ଚାଲି ଆସିଥିଲା।ହାତୀଟି ଅସୁସ୍ଥ ଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ହାତୀକୁ ଟ୍ରାକ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ପରେ ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଥିଲା। ଆଜି ସକାଳେ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ତାକୁ ପୋତି ଦିଆଯାଇଛି। ହାତୀଟିର କିପରି ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
