Advertisment

ଗ୍ରୀଷ୍ମ ପ୍ରବାହ ଖବର ପଢ଼ିବା ବେଳେ ଅଚେତ ହୋଇଗଲେ ଆଙ୍କର

‘ଗୋଟିଏ ଗ୍ଲାସ ପାଣି ପିଇ ସେ ନ୍ୟୁଜ୍ ପଢ଼ିବା ଆରମ୍ଭ କରିଥିଲେ। ସେ ଭାବିଥିଲେ ପାଣି ପିଇ ଦେଲେ ସବୁ ଠିକ୍ ହୋଇଯିବ।’

News Anchor

News Anchor

Advertisment

ଲାଇଭ ନ୍ୟୁଜ୍‌ରେ ଗ୍ରୀଷ୍ମ ପ୍ରବାହ ସଂପର୍କିତ ଖବର ପରିବେଷଣ କଲା ବେଳେ ଅଚେତ ହୋଇଗଲେ ଆଙ୍କର। ଦୂରଦର୍ଶନର କୋଲକାତା ଶାଖାରେ ଘଟିଛି ଏହି ଘଟଣା। ଏହି ନ୍ୟୁଜ୍ ଆଙ୍କରଙ୍କ ନାଁ ଲୋପାମୁଦ୍ରା ସିହ୍ନା।

Advertisment

ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରି ଲୋପାମୁଦ୍ରା କହିଛନ୍ତି ଯେ, ରକ୍ତଚାପ ହ୍ରାସ ପାଇବାରୁ ନ୍ୟୁଜ୍ ପ୍ରସାରଣ ବେଳେ ସେ ଅଚେତ ହୋଇଯାଇଥିଲେ। ନ୍ୟୁଜ୍ ପଢ଼ିବା ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତଥାପି ସେ ନ୍ୟୁଜ୍ ପଢ଼ିବାକୁ ଚାହିଁଥିଲେ। ଗୋଟିଏ ଗ୍ଲାସ ପାଣି ପିଇ ସେ ନ୍ୟୁଜ୍ ପଢ଼ିବା ଆରମ୍ଭ କରିଥିଲେ। ସେ ଭାବିଥିଲେ ପାଣି ପିଇ ଦେଲେ ସବୁ ଠିକ୍ ହୋଇଯିବ। ନ୍ୟୁଜ୍ ପ୍ରସାରଣର ପ୍ରକାର ଏମିତି ଥିଲା ଯେ ମଝିରେ ସେ ଆଉ ପାଣି ପିଇ ନିଜକୁ ହାଇଡ୍ରେଟ୍ ରଖିବାର ସୁଯୋଗ ପାଇ ନଥିଲେ। ଫଳରେ ସମୟ ଗଡ଼ି ଚାଲିବା ସହିତ ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ। ଆଉ ଯେତେବେଳେ ସେ ଗ୍ରୀଷ୍ମ ପ୍ରବାହ ସଂପର୍କିତ ଖବର ପରିବେଷଣ କରୁଥିଲେ ତାଙ୍କ ଆଖି ବନ୍ଦ ହୋଇଯାଉଥିବା ସେ ଅନୁଭବ କରିଥିଲେ। ପରେ ପରେ ଟେଲିପ୍ରମ୍ପଟର ତାଙ୍କଠାରୁ ଦୂରେଇ ଯାଉଥିବା ସେ ଅନୁଭବ କରିଥିଲେ ଏବଂ ଚେତା ହରାଇଥିଲେ।

ଏହି ଘଟଣା ପରେ ନ୍ୟୁଜ୍ ଆଙ୍କର ଲୋପାମୁଦ୍ରା ସିହ୍ନାଙ୍କ ପ୍ରତି ସମସ୍ତେ ସହାନୁଭୂତି ଦେଖାଇଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ସୋଶାଲ ମିଡିଆ ୟୁଜରମାନେ କମେଣ୍ଟ କରିଛନ୍ତି।

Advertisment

ଦେଶର ଅନ୍ୟାନ୍ୟ ସ୍ଥାନ ଭଳି ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ଖରା ହେଉଛି। ରାଜ୍ୟର ଦକ୍ଷିଣ ଭାଗର ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଛି। ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe