Advertisment

ଅଜୟ ଓ ଜୁଲିଙ୍କ ଭାରତ-ବାଂଲାଦେଶ ଲଭଷ୍ଟୋରୀରେ ନୂଆ ଟ୍ୱିଷ୍ଟ

୨୦୧୭ରେ ଅଜୟ ଓ ଜୁଲିଙ୍କ ପରିଚୟ ଫେସବୁକରେ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଜୁଲି ବାଂଲାଦେଶୀ ବୋଲି ଅଜୟ ଜାଣିବାକୁ ପାଇଥିଲେ। ୨୦୨୨ରେ ହଠାତ୍‌ ଜୁଲିଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା।

ଅଦ୍ୟତନ ହୋଇଛି
India

India

Advertisment

ସୀମା-ସଚିନ ଓ ଅଞ୍ଜୁ-ନସରୁଲ୍ଲା ସୀମା ପାର ରୋମାନ୍ସ ସଫଳ ହୋଇଥିବା ବେଳେ ଭାରତ-ବାଂଲାଦେଶ ଲଭଷ୍ଟୋରୀରେ ନୂଆ ଟ୍ୱିଷ୍ଟ ଆସିଛି। ଉତ୍ତର ପ୍ରଦେଶର ମୋରଦାବାଦରେ ରହୁଥିବା ଅଜୟ ବାଂଲାଦେଶର ଜୁଲି ଅଖତରଙ୍କୁ ବିବାହ କରିଥିଲେ।

Advertisment

ଏହି ସୀମା ପାର ବାହାଘର ପରେ ଅଜୟ ଭାରତ ଛାଡ଼ି ବାଂଲାଦେଶ ଚାଲି ଯାଇଥିବା କୁହାଯାଉଥିଲା। ହେଲେ ଏବେ ନିଜେ ଅଜୟ କହିଛନ୍ତି ଯେ ସେ କେବେ ହେଲେ ଜୁଲିଙ୍କ ସହ ବାଂଲାଦେଶ ଯାଇ ନାହାନ୍ତି। ଅଜୟଙ୍କ ଏପରି ଦାବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଜୟଙ୍କ ମା’ ଉତ୍ତର ପ୍ରଦେଶ ପୁଲିସ୍‌ର ଦ୍ୱାରସ୍ଥ ହୋଇ ତାଙ୍କ ପୁଅକୁ ବାଂଲାଦେଶରୁ ଫେରାଇ ଆଣିବାକୁ ଅନୁରୋଧ କରିବା ପରେ ଭାରତ- ବାଂଲାଦେଶର ଏହି ଲଭଷ୍ଟୋରୀ ସାମ୍ନାକୁ ଆସିଥିଲା। ବାଂଲାଦେଶୀ ନମ୍ବରରୁ ଅଜୟଙ୍କ ମା’ଙ୍କ ପାଖକୁ ଗୋଟିଏ ଫଟୋ ଆସିଥିଲା। ଏଥିରେ ଅଜୟ ଆହତ ହୋଇଥିବା ଦୃଶ୍ୟ ରହିଥିଲା। ପୁଅର ଜୀବନ ବିପଦରେ ଥିବା ଅନୁଭବ କରି ତାଙ୍କ ମା’ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Advertisment

ପୁଲିସ୍‌ ଏହାର ତଦନ୍ତ କରୁଥିବା ବେଳେ ଅଜୟ ନିକଟରେ ମୋରଦାବାଦରେ ପହଞ୍ଚିଛନ୍ତି। ସେ ଏଠାରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ କେବେ ହେଲେ ବାଂଲାଦେଶ ଯାଇ ନାହାନ୍ତି। ଘର ଛାଡ଼ିବା ପରେ ସେ ଜୁଲିଙ୍କ ସହ ପଶ୍ଚିମବଙ୍ଗ ସୀମାନ୍ତରେ ଘର ଭଡ଼ା ନେଇ ରହୁଥିଲେ।

ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ହୋଇଥିବା ପଚରାଉଚରା ବେଳେ ଅଜୟ ବାଂଲାଦେଶ ଯାଇଥିବା କଥା କହିଥିଲେ। ଏବେ ସେ କଥା ବଦଳାଇଛନ୍ତି। ତେଣୁ ପୁଲିସ୍‌ର ନଜର ତାଙ୍କ ଉପରେ ରହିଛି।

୨୦୧୭ରେ ଅଜୟ ଓ ଜୁଲିଙ୍କ ପରିଚୟ ଫେସବୁକରେ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଜୁଲି ବାଂଲାଦେଶୀ ବୋଲି ଅଜୟ ଜାଣିବାକୁ ପାଇଥିଲେ। ୨୦୨୨ରେ ହଠାତ୍‌ ଜୁଲିଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ସେହିବର୍ଷ ହିଁ ହିନ୍ଦୁ ରୀତିନୀତିରେ ଜୁଲି ଓ ଅଜୟଙ୍କ ବାହାଘର ମୋରଦାବାଦରେ ହୋଇଥିଲା।

ଅଜୟ ମୋରଦାବାଦରେ ଜୁଲିଙ୍କୁ ଛାଡ଼ି କର୍ଣ୍ଣାଟକାରେ କାମ କରିବାକୁ ଯାଇଥିଲେ। ହେଲେ କିଛି ଦିନ ପରେ ହଠାତ୍‌ ତାଙ୍କ ପାଖରେ ଜୁଲି ଓ ତାଙ୍କ ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଖବର ପହଞ୍ଚିଥିଲା। ଜୁଲି ରାଗରେ ଘର ଛାଡ଼ି ଦେଇଥିବା କଥା ଶୁଣିବା ପରେ ଅଜୟ ଫେରିଥିଲେ।

ଏଠାରେ ମା’ଙ୍କ ସହ ଝଗଡ଼ା କରିଥିଲେ। ମା’ ମଧ୍ୟ ରାଗରେ ଘର ଛାଡ଼ି ଦେବାକୁ ତାଙ୍କୁ କହିଥିଲେ। ମା’ଙ୍କୁ ଧମକ ଦେଇ ସେ ବାଂଲାଦେଶ ଛାଲି ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ।

ସେବେଠାରୁ ସେ ଆଉ ଘରକୁ ଫେରି ନଥିଲେ। ପ୍ରଥମେ ତାଙ୍କର ଆହତ ଫଟୋ ଆସିଥିଲା। ଏହାପରେ ଅଜୟ ଘରକୁ ଫେରିଥିଲେ। ଆହତ ଫଟୋ ସମ୍ପର୍କରେ ଅଜୟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ତାଙ୍କ ଗୋଡ଼ ଖସି ଯାଇଥିଲା। ଏଥିପାଇଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଚଳିତ ସପ୍ତାହରେ ମୋରଦାବାଦ ଆସିଥିବା ଅଜୟ ଭିନ୍ନଭିନ୍ନ କଥା ମିଡିଆ ଆଗରେ କହୁଛନ୍ତି। ସେ ପୁଲିସ୍‌କୁ ବାଂଲାଦେଶ ଯାଇଥିବା କଥା କହିଥିଲେ। ହେଲେ ମିଡିଆ ଆଗରେ ସେ ପଶ୍ଚିମବଙ୍ଗରେ ରହୁଥିବା କହିଛନ୍ତି। ଏହାକୁ ନେଇ ପୁଲିସ୍‌ ମଧ୍ୟ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବ ସେକଥା ଜାଣିପାରୁନି।

Uttar Pradesh India Bangladesh Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe