Flood Water
Advertisment
ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚତାରେ ପାଣି ଚାଲୁଛି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
Advertisment
ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଥିବା ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689476571.jpg)