Advertisment

ଜେଜେମାଆ... ବାପାଙ୍କ ଶୁଦ୍ଧି ହେବୁ; ଭିକ ଦିଅ...

ବସ୍ତା ବ୍ଲକ୍‌ ପହଣା ଗାଁର ବସବାସ କରନ୍ତି ରବୀନ୍ଦ୍ର ମୁଖୀ। ତାଙ୍କର ଜମିବାଡି କିଛି ନାହିଁ। ତେଣୁ ରବୀନ୍ଦ୍ର ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ରବୀନ୍ଦ୍ରଙ୍କ ପରିବାର କହିଲେ ବୁଢ଼ି ମାଆ, ରୋଗୀଣା ପତ୍ନୀ ଆଶା ଓ ତିନି ପୁଅ ଝିଅ।

ଅଦ୍ୟତନ ହୋଇଛି
Jaleswar

Jaleswar

Advertisment

ଜେଜେବାବା ଜେଜେମାଆ ବାପାଙ୍କ ଶୁଦ୍ଧି ହେବୁ; ଭିକ୍ଷା ଦିଅ...। ହାତରେ ବ୍ୟାଗ ଧରି ଛଳ ଛଳ ଆଖି ଘରକୁ ଘର ବୁଲି ଭିକ ମାଗୁଛନ୍ତି ଭାଇ ଭଉଣୀ। ପାଠ ପଢ଼ା ବୟସରେ ଭାଇ ଭଉଣୀଙ୍କ ଭିକ ମଗାବା ଚିତ୍ର ବୁଦ୍ଧିଜୀବୀଙ୍କୁ ବିଚଳିତ କରିଛି। ଯେଉଁଠି ମଣିଷ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ରିବାର ସ୍ୱପ୍ନ ଦେଖୁଛି, ସେଠି ଆଜି ଏ ବିକଳ ଚିତ୍ର କାହିଁକି? ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳରୁ ଆସିଥିବା ଏହି ଚିତ୍ର ଏବେ ବଡ଼ ବଡ଼ କଥା କହୁଥିବା ରାଜନେତା ଓ ପ୍ରଶାସନକୁ ଅନେକ ପ୍ରଶ୍ନ ପଚାରୁଛି।

Advertisment

ବସ୍ତା ବ୍ଲକ୍‌ ପହଣା ଗାଁର ବସବାସ କରନ୍ତି ରବୀନ୍ଦ୍ର ମୁଖୀ। ତାଙ୍କର ଜମିବାଡି କିଛି ନାହିଁ। ତେଣୁ ରବୀନ୍ଦ୍ର ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ରବୀନ୍ଦ୍ରଙ୍କ ପରିବାର କହିଲେ ବୁଢ଼ି ମାଆ, ରୋଗୀଣା ପତ୍ନୀ ଆଶା ଓ ତିନି ପୁଅ ଝିଅ। କିଛି ବର୍ଷ ତଳେ ରବୀନ୍ଦ୍ରଙ୍କ ବଡପୁଅ ରୋଗରେ ପଡିଥିଲେ। ଅର୍ଥା ଭାବରୁ ଚିକିତ୍ସା କରିପାରିନଥିଲେ। ରୋଗ ଯନ୍ତ୍ରଣାରେ ପଡ଼ି ଆଖି ବୁଜିଥିଲା ବଡ଼ପୁଅ। ଆଖି ଆଗରେ ବଢ଼ିଲା ପୁଅ ଚାଲି ଯିବାକୁ ବହୁ କଷ୍ଟରେ ସହିଥିଲେ। ହେଲେ ୮ ଦିନ ତଳେ ଅଜଣା ରୋଗରେ ପୀଡିତ ହୋଇ ରବୀନ୍ଦ୍ର ମଧ୍ୟ ଅଫେରା ପଥର ପଥିକ ହୋଇଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ରୋଗୀଣା ପତ୍ନୀ ଆଶା। ସେପଟେ ମୃତ ରବୀନ୍ଦ୍ରଙ୍କ ମାଆଙ୍କ କଥା ନକହିବା ଭଲ। ସେ ବର୍ତ୍ତମାନ ପୂରା ଭାଙ୍ଗି ପଡ଼ିଛନ୍ତି।

ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତିର ମୃତ୍ୟୁ ପରେ କେମିତି ଚାଲିବ ସଂସାର? ଶୁଦ୍ଧିକ୍ରିୟା କରିବେ କେମିତି? ସେହି ଚିନ୍ତାରେ ପଡ଼ି ଯାଇଥିଲା ପୂରା ପରିବାର। ଶେଷରେ କିଛି ଉପାୟ ନପାଇ ପାଠ ପଢ଼ାରେ ଡୋରୀ ବାନ୍ଧି ଘରୁ ଗୋଡ଼ କାଢ଼ିଲେ ଭାଇ ଭଉଣୀ। ପ୍ରତିଦିନ ଏ ଘର ସେ ଘର ବୁଲି ଭିକ୍ଷା ମାଗୁଛନ୍ତି। ଆଉ କହୁଛନ୍ତି, ବାବା ଆଜ୍ଞା କିଛି ଭିକ ଦିଅ... ବାପାଙ୍କ ଶୁଦ୍ଧି ହେବୁ। କୁନି ଭାଇ ଭଉଣୀଙ୍କ କୋହଭରା କଣ୍ଠ ଶୁଣି କିଏ ଚାଉଳ ଦେଉଛି ତ ଆଉ କିଏ ଟଙ୍କା ଦେଉଛି। ସେ ସବୁ ସଂଗ୍ରହ କରି ବେଳା ଥାଉଥାଉ ଘରକୁ ଫେରୁଛନ୍ତି ଭାଇ ଭଉଣୀ।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe