Advertisment

ସୀମାନ୍ତରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ

ସ୍ଥାନୀୟ ପୁଲିସ୍‌ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍‌ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।

author-image
Hemant Lenka
IED

IED

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କୁଟ୍ରୁ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ। ଜାଙ୍ଗଲା ନିକଟରେ ନକ୍ସଲ ଦମନ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

Advertisment

ସେମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ପଠାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି।

ସ୍ଥାନୀୟ ପୁଲିସ୍‌ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍‌ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ। ଏହି ସମୟରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ। ଏଥିରେ କନଷ୍ଟେବଲ ଗଜେନ୍ଦ୍ର ସାହା ଓ ରାମସୁ ମାଜି ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନେ ବିପଦମୁକ୍ତ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Advertisment

ଏହାପୂର୍ବରୁ ଜାନୁଆରୀ ୬ରେ ବିଜାପୁର ଅନ୍ତର୍ଗତ କୁଟ୍ରୁ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଆମ୍ବେଲି ଗାଁ ନିକଟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ୯ ଜଣ ଯବାନ ସହିଦ ହୋଇଥିଲେ।

Chhattisgarh Malkangiri Naxal Attack Naxal