Advertisment

ଗଜପତିରେ ମହାବାଳ ବାଘ ଆତଙ୍କ, ଦୁଇଟି ଗୋରୁଙ୍କୁ ମାରିଲା!

ମହାବଳ ବାଘଟି ବର୍ତ୍ତମାନ ରାୟଗଡ଼ା ବନାଞ୍ଚକ ଗୁଡ଼ାରୀ ଅଞ୍ଚଳରେ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Gajapati

Gajapati

Advertisment

ଗଜପତି ଜିଲ୍ଲା ଆର.ଉଦୟଗିରି ବନାଞ୍ଚଳ ଉଆମା ଗାଁରେ ମହାବଳ ବାଘ ଆତଙ୍କ। ବାଘ ଦୁଇଟି ଗୋରୁ ମାରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନାନୁସାରେ ଗାଁର ତିମଥି ଭୂୟାଁ ଗତ ଶନିବାର ରାତିରେ ଘର ପାଖରେ ଗୋଟିଏ ବଳଦ ଓ ଗୋଟିଏ ବାଛୁରୀ ବାନ୍ଧି ଥିଲେ। କିଛି ସମୟ ପରେ ସେମାନଙ୍କୁ ଦେଖିବାକୁ ଆସିଥିଲେ ତିମଥି। ହେଲେ ସେଠାରେ ଦୁଇଟି ଯାକ ଗୋରୁଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ସେମାନଙ୍କୁ ମାରି ଖାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ସେ ଘଟଣା ସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବଭାଗ ଓ ପ୍ରାଣୀଧନ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ସେମାନେ ବାଘର ପାଦ ଚିହ୍ନ ଠାବ କରିବା ସହିତ ତା'ର ମଳ ଜବତ କରିଥିଲେ। 

ଗତ ୨୩ ତାରିଖରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଦେବଗିରି ବନାଞ୍ଚଳ କୁମୁଳୁସିଂ ପଞ୍ଚାୟତ ଅଁଳାବର ଗାଁରେ ମହାବଳ ବାଘ ଗୋଟିଏ ଗାଈ ମାରି ଖାଇବା ପରେ ବନ ବିଭାଗ ଲଗାଇଥିବା କ୍ୟାମେରାରେ ମହାବଳ ବାଘ ଟ୍ରାପ ହୋଇଥିଲା। ଏହା ପରେ ବନ ବିଭାଗ ମହାବଳ ବାଘ ଉପରେ ନଜର ରିଖିଥିଲା। ଆର.ଉଦୟଗିରି ବନାଞ୍ଚଳ ଉଆମା ଗାଁରେ ଶନିବାର ରାତିରେ ଦୁଇଟି ଗୋରୁ ମାରି ଖାଇଥିବା ବାଘ ସେହି ମହାବଳ ବାଘ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପାଦ ଚି଼ହ୍ନ ମାପରୁ ବନ ବିଭାଗ ଏହି କଥା ସ୍ପଷ୍ଟ କରିଛି। ଗ୍ରାମବାସୀଙ୍କୁ ସଚେତନ କରାଯାଉଥିବା ବେଳେ ମହାବଳ ବାଘଟି ବର୍ତ୍ତମାନ ରାୟଗଡ଼ା ବନାଞ୍ଚକ ଗୁଡ଼ାରୀ ଅଞ୍ଚଳରେ ଥିବା ଗଜପତି ଡିଏଫଓ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ- ମୋହନାରୁ ମିହିର ଯତି 

Tiger Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe