Advertisment

ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି; ଦୁଇ ମୃତ, ୧୨ରୁ ଅଧିକ ମେଡ଼ିକାଲ୍‌ରେ

ସିନ୍ଧେକେଲା ଦେଇ ବୋହିଯାଇଥିବା ଉନ୍ଦେର ନଦୀ। ସେହି ନଦୀରେ ଇଣ୍ଟେକ ୱେଲ ଖୋଳି ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। ହେଲେ ପୂରା ଗାଁକୁ ପାଇପ ପାଣି ଯୋଗାଇ ଦିଆଯାଇ ନାହିଁ।

ଅଦ୍ୟତନ ହୋଇଛି
Medical

Medical

Advertisment

ଗାଁରେ ଘରକୁ ଘର ବ୍ୟାପୁଛି ଝାଡ଼ାବାନ୍ତି। ଗତ ୪ ଦିନ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟପୁଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ଏପରି ଖବର ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରୁ ଆସିଛି।

Advertisment

ସିନ୍ଧେକେଲା ପଞ୍ଚାୟତରେ ଗତ ୪ ଦିନ ହେଲା ବ୍ୟାପୁଛି ଝାଡାବାନ୍ତି। ୧୨ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଆହୁରି ଅନେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଛନ୍ତି। ସିନ୍ଧେକେଲା ଗାଁର ମମତା କହଁର ଓ ସୁଶୀଲା ଚନ୍ଦନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମମିଆଁ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡ଼ିଛି।

ସିନ୍ଧେକେଲା ଦେଇ ବୋହିଯାଇଥିବା ଉନ୍ଦେର ନଦୀ। ସେହି ନଦୀରେ ଇଣ୍ଟେକ ୱେଲ ଖୋଳି ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। ହେଲେ ପୂରା ଗାଁକୁ ପାଇପ ପାଣି ଯୋଗାଇ ଦିଆଯାଇ ନାହିଁ। ଯେଉଁ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ, ସେହି ଅଞ୍ଚଳର ଲୋକମାନେ ନଳକୂପ ଓ କୂପରୁ ବାହାରୁଥିବା ଲୌହଯୁକ୍ତ ପାଣି (ଦୂଷିତ ପାଣି) ପିଉଛନ୍ତି। ଯେଉଁଥିପାଇଁ ଝାଡ଼ାବାନ୍ତିରେ ଆକ୍ରନ୍ତ ହେଉଛନ୍ତି। ଏବେଠାରୁ ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଚର୍ଚ୍ଚା ହେଉଛି।

Advertisment

ଆଜି ସ୍ୱାସ୍ଥ୍ୟ ବିଭାଗ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗାଁ ଲୋକଙ୍କୁ ସଚେତନ କରାଉଛି। ଦୂଷି ପାଣି ନପିଇବା ପାଇଁ ପରାମର୍ଶ ଦେଉଛି। ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ କହୁଛି। ବ୍ଲିଚିଂ ପାୱଡର ପକା ଯାଉଛି। ମେଡ଼ିକାଲ୍‌ ଟିମ୍‌ ଗାଁରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe