Advertisment

କୂଅରେ ବ୍ଲିଚିଂ ପାୱଡର ପକାଉଥିଲେ, ଖସିଗଲା ଗୋଡ଼

ପରଜଙ୍ଗ ଥାନା ସରକିଶୋରପାଳ ଗାଁର ଶଶୀଭୂଷଣ ସାହୁ ନିଜ କୂଅରେ ବ୍ଲିଚିଂ ପାୱଡର ପକାଇବା ପାଇଁ ଭଜମନ ବେହେରାଙ୍କୁ ଡାକିଥିଲେ। ଭଜମାନ କୂଅ ଭିତରକୁ ଯାଇ ବ୍ଲିଚିଂ ପାୱଡର ପକାଉଥିଲେ। ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ କୂଅ ପାଣିରେ ବୁଡ଼ି ଯାଇଥିଲେ।

author-image
Manoranjan Sial
DKL

DKL

କୂଅରେ ବ୍ଲିଚିଂ ପାୱଡର ପକାଉ ଥିଲେ। ଅସାବଧାନତା ଯୋଗୁ ଖସିଗଲା ଗୋଡ଼। କୂଅ ଭିତରେ ମାଲିକ ଓ ଶ୍ରମିକ ପଡ଼ି ପ୍ରାଣ ହରାଇଲେ। ଆଜି ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।

Advertisment

ପରଜଙ୍ଗ ଥାନା ସରକିଶୋରପାଳ ଗାଁର ଶଶୀଭୂଷଣ ସାହୁ ନିଜ କୂଅରେ ବ୍ଲିଚିଂ ପାୱଡର ପକାଇବା ପାଇଁ ଭଜମନ ବେହେରାଙ୍କୁ ଡାକିଥିଲେ। ଭଜମାନ କୂଅ ଭିତରକୁ ଯାଇ ବ୍ଲିଚିଂ ପାୱଡର ପକାଉଥିଲେ। ହଠାତ୍‌ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ କୂଅ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଶଶୀଭୂଷଣ କୂଅ ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ବାହାରି ପାରିନଥିଲେ।

ପରିବାର ଲୋକେ ଜାଣିପାରି ପରଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି କୂଅ ଭିତରୁ ଭଜମନ ଓ ଶଶୀଭୂଷଙ୍କ ମୃତଦେହ ଉଦ୍ଧାର କରିଥିଲେ। ଶ୍ୱାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal