Advertisment

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ନକ୍ସଲ

ସେମାନେ ୨୦୧୭ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେମାନେ ଛତିଶଗଡ଼ ଓ ଓଡ଼ିଶାରେ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ।

Maoist

Maoist

Advertisment

ଦୁଇ ଜଣ ହାର୍ଡକୋର ନକ୍ସଲ ଆଜି କନ୍ଧମାଳରେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Advertisment

ସେମାନେ ହେଉଛନ୍ତି ରଞ୍ଜିତ ନୈତମ ଓରଫ ବୁଟଲୁ ଓ ଉଙ୍ଗା ପୋୟାମ ଓରଫ ରାଜେଶ। ସେମାନେ ନକ୍ସଲଙ୍କ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ୍‌) ଡିଭିଜନ ପାଇଁ କାମ କରୁଥିଲେ। ରଞ୍ଜିତ ଏରିଆ କମିଟି ସଦସ୍ୟ ଥିଲେ। ସେହିପରି ଉଙ୍ଗା ପୋୟାମ ପାର୍ଟି ମେମ୍ବର ଥିଲେ।

ଉଭୟ ରଞ୍ଜିତ ଓ ଉଙ୍ଗାଙ୍କ ଘର ଛତିଶଗଡ଼ରେ। ନକ୍ସଲଙ୍କ ଉତ୍ତର-ଦକ୍ଷିଣ କରିଡର ଯାହା ଦକ୍ଷିଣ-କେନ୍ଦ୍ରୀୟ ଓଡ଼ିଶା ଦେଇ ଝାରଖଣ୍ଡରୁ ଛତିଶଗଡ଼ ଯାଏଁ ବ୍ୟାପିଛି, ସେଠାରେ ପୁଣି ସଂଗଠନକୁ ସକ୍ରିୟ କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେମାନେ ୨୦୧୭ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେମାନେ ଛତିଶଗଡ଼ ଓ ଓଡ଼ିଶାରେ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ।

Advertisment

ଉଭୟ ରଞ୍ଜିତ ଓ ଉଙ୍ଗା ଦୀର୍ଘ ଦିନ ହେବ ବୌଦ୍ଧ ଏସ୍‌ପିଙ୍କ ସହ ଯୋଗାଯୋଗରେ ଥିଲେ। ସେମାନେ ଆତ୍ମସମର୍ପଣ କରି ସାଧାରଣ ଜୀବନ ଯାପନ କରିବାକୁ ଚାହୁଁଥିଲେ।

ନକ୍ସଲ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ଉଭୟ ଅସନ୍ତୁଷ୍ଟ ଥିଲେ। ବିଶେଷ କରି ମହିଳା କ୍ୟାଡରମାନଙ୍କୁ ଯୌନ ଶୋଷଣ କରାଯିବା, ଧମକ ଦେଇ ଟଙ୍କା ଆଦାୟ କରିବା, ମିଛ ପ୍ରତିଶ୍ରୁତି ଦେଇ ଯୁବକ-ଯୁବତୀଙ୍କୁ ସଂଗଠନରେ ସାମିଲ କରାଯିବା ଘଟଣାକୁ ରଞ୍ଜିତ ଓ ଉଙ୍ଗା ଗ୍ରହଣ କରିପାରି ନଥିଲେ। ସେହଭିଳି ତଳ ସ୍ତରର କ୍ୟାଡରଙ୍କ ପ୍ରତି ସଂଗଠନର ବରିଷ୍ଠ ସଦସ୍ୟଙ୍କ ବ୍ୟବହାରରେ ସେମାନେ ଅତିଷ୍ଠ ହୋଇସାରିଥିଲେ।

ଆତ୍ମସମର୍ପଣ କରିଥିବା ରଞ୍ଜିତ ଓ ଉଙ୍ଗାଙ୍କୁ ସ୍ୱାଗତ କରିବା ସହିତ ଡିଜିପି ସୁନୀଲ କୁମାର ବଂଶଲ ଅନ୍ୟ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଆଗକୁ ନକ୍ସଲ ବିରୋଧୀ ଅଭିଯାନ ଆହୁରି ତୀବ୍ର ହେବ ଓ ସେମାନକୁ ରାଜ୍ୟରୁ ମୂଳପୋଛ କରାଯିବ ବୋଲି କହିଛନ୍ତି।

Naxal Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe