Advertisment

ତନ୍ତ୍ର ବିଦ୍ୟା ପରେ ବି ହେଲାନି ଛୁଆ; ତାନ୍ତ୍ରିକଙ୍କ ପୁଅ ଉପରକୁ ଫାୟାରିଂ

ତନ୍ତ୍ର ମନ୍ତ୍ର ଦ୍ୱାରା ସନ୍ତାନ ପ୍ରାପ୍ତି ସମ୍ଭବ ବୋଲି ଜଣେ ତାନ୍ତ୍ରିକ ମନରେ ବିଶ୍ୱାସ ଜନ୍ମାଇବା ସହ ମୋଟା ଅଙ୍କର ଟଙ୍କା ବି ନେଲେ। ମାତ୍ର ବହୁ ଅର୍ଥ ସାରିବା ପରେ ବି କୋଳକୁ ସନ୍ତାନ ନ ଆସିବାରୁ ତାନ୍ତ୍ରିକର ପୁଅକୁ ଗୁଳି ମାରିଦେଲେ ବ୍ୟକ୍ତି।

ଅଦ୍ୟତନ ହୋଇଛି
Black Magic

Black Magic

Advertisment

ସନ୍ତାନ ପାଇବା ନିମନ୍ତେ ଡାକ୍ତରୀ ବିଦ୍ୟା କାମ ଦେଲାନି । ଏହାପରେ ଯାଦୁ ବିଦ୍ୟାର ସାହାରା ନେଲେ ବ୍ୟକ୍ତି। ତନ୍ତ୍ର ମନ୍ତ୍ର ଦ୍ୱାରା ସନ୍ତାନ ପ୍ରାପ୍ତି ସମ୍ଭବ ବୋଲି ଜଣେ ତାନ୍ତ୍ରିକ ମନରେ ବିଶ୍ୱାସ ଜନ୍ମାଇବା ସହ ମୋଟା ଅଙ୍କର ଟଙ୍କା ବି ନେଲେ। ମାତ୍ର ବହୁ ଅର୍ଥ ସାରିବା ପରେ ବି କୋଳକୁ ସନ୍ତାନ ନ ଆସିବାରୁ ତାନ୍ତ୍ରିକର ପୁଅକୁ ଗୁଳି ମାରିଦେଲେ ବ୍ୟକ୍ତି।

Advertisment

ଏପରି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ମହେଶ ସିନ୍ଦେଲ ଓ ସୋନୁ ବ୍ୟାସ ନାମକ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମହେଶ ସିନ୍ଦେଲ ନିସନ୍ତାନ ଥିବା ବେଳେ ସନ୍ତାନ ପ୍ରାପ୍ତି ପାଇଁ ଜଣେ ତାନ୍ତ୍ରିକଙ୍କ ନିକଟକୁ ଯାଉଥିଲେ। ମାତ୍ର ବହୁ ପୂଜାର୍ଚ୍ଚନା କରି ବହୁ ଟଙ୍କା ଖର୍ଚ୍ଚ କରିବା ପରେ ବି କୌଣସି ସୁଫଳ ପାଇ ନ ଥିଲେ। ଏହାକୁ ନେଇ ଦୁଇ ଦିନ ପୂର୍ବରୁ ତାନ୍ତ୍ରିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ମହେଶ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ପାନେ ଦେବାକୁ ସୁଯୋଗ ଅପେକ୍ଷାରେ ଥିଲେ ।

Advertisment

ଘଟଣା ଦିନ ତାନ୍ତ୍ରିକଙ୍କ ୩୫ ବର୍ଷୀୟ ପୁଅ ଦୀପକ ନାଗର ବାଇକ୍‌ ଯୋଗେ ଯାଉଥିଲେ। ତାଙ୍କ ପିଛା କରୁଥିବା ମହେଶ ଓ ସୋନୁ ସୁଯୋଗ ଦେଖି ତାଙ୍କୁ ଗୁଳି ମାରିଥିଲେ। ଗୁଳିଟି ଦୀପକଙ୍କ ପିଠିରେ ବାଜିଥିବା ବେଳେ ସେ ଘଟଣାସ୍ଥଳରେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।

ଦୀପକଙ୍କ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସନ୍ଦେହରେ ପୁଲିସ୍‌ ମହେଶ ଓ ସୋନୁଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ସେମାନେ ସବୁ ସତ କଥା ମାନି ଯାଇଥିଲେ। ଏପରିକି ଗୁଳି କାଣ୍ଡ ଘଟାଇବା ନିମନ୍ତେ ସେମାନେ କିଣିଥିବା ବନ୍ଧୁକକୁ ବି ପୁଲିସ୍‌ ଜବତ କରିଛି।

Madhya Pradesh Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe