Advertisment

ବଲାଙ୍ଗିରରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ

ରାଉରକେଲାରେ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

author-image
Tapaswini Nayak
Diarrhoea

Diarrhoea

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ। ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ନେଇ ବଲାଙ୍ଗିର ସିଡିଏମଓ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି।

Advertisment

ମୃତକ ହେଲେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁର ଚାନ୍ଦିନୀ ସାହୁ ଏବଂ ମୁରିବାହାଲ ବ୍ଲକ ମାଲିବାହାଲ ଗାଁର ସନ୍ତୋଷ ମାଝୀ |

ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣ ଚିକିତ୍ସାଧୀନ ଥିବା ବେଳେ ବାକି ୨ ଜଣ ସୁସ୍ଥ ହୋଇ ଘରୁ ଯାଇଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ରାଉରକେଲାରେ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୪୦୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ ଓ ଘରୋଇ  ଚିକିତ୍ସା ହେଉଛନ୍ତି।  ରାଉରକେଲାର ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର ସବୁଠି ସ୍ଥିତି ଗମ୍ଭୀର ରହିଛି। 

Bolangir